ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ : ତଦନ୍ତ ସରିଲେ, ଜଣାଇବୁ – ଗୃହ ରାଷ୍ଟ୍ର ମନ୍ତ୍ରୀ

Spread the love

ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଂଚର ଚାର୍ଜସିଟ ଦାଖଲ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,ଏବେ କ୍ରାଇମବ୍ରାଂଚ ଯେଉଁ ଚାର୍ଜସିଟ ଦାଖଲ କରିଛି, ସେଥିରେ କିଛି ଫରମାଲିଟି ବାକି ଅଛି । ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ । ଜଣେ ଅବସରପ୍ରାପ୍ତ ଜଜଙ୍କ ତଦାରଖରେ ଏହାର ତଦନ୍ତ ହେଉଛି । ସବୁ ତଦନ୍ତ ସରିଲେ, ଜଣାଇବୁ ।

ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତତ୍ କାଳୀନ ପୁଲିସ ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲା । ଗତକାଲି ଏହି ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଂଚ ଝାରସୁଗୁଡା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ।

ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍ ରେ ଉଲ୍ଲେଖ ରହିଛି । ନବଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ସୃଷ୍ଟି ହୋଇଥିଲା । ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲେ । ସେମାନେ ତାଙ୍କୁ ମାରି ଦେଇ ପାରନ୍ତି ବୋଲି ସେ ଭାବୁଥିଲେ । ତେଣୁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *