ସୁନାପୁର ବେଳାଭୂମି ମହୋତ୍ସବ-2026 ଉଦ୍‌ଘାଟିତ

ଉଦ୍‌ଘାଟିତ ହୋଇଛି ସୁନାପୁର ବେଳାଭୂମି ମହୋତ୍ସବ-2026 । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଚିକିଟି ସ୍ଥିତ ମାଁ ବାଳକୁମାରୀ, ମାଁ ବଗଳାମୁଖୀ, ପଶ୍ଚିମେଶ୍ବରୀ, କୁଠାରୀଶ୍ବରୀ, ଫୁଲକାଶୁଣୀଙ୍କ ଠାରୁ ଆଜ୍ଞା ମାଳ ଅଣାଯାଇ ପଣ୍ଡିତ ଓ ସାଧୁସନ୍ଥଙ୍କ ଦ୍ବାରା ପୂଜାର୍ଚ୍ଚନା ପୂର୍ବକ ସମୁଦ୍ର ଆଳତି କରାଯାଇଥିଲା । ଏହାପରେ ମହୋତ୍ସବର ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶାବାସୀଙ୍‌କ ଧମନୀରେ କଳା ଓ ସଂସ୍କୃତି ପ୍ରବାହିତ । ଗଞ୍ଜାମବାସୀଙ୍କ ଧମନୀରେ ଏହାର ପ୍ରବାହ ସବୁଠୁ ଅଧିକ । କେବଳ କଳା ସଂସ୍କୃତି ନୁହେଁ ସ୍ବାଧିନତା ସଂଗ୍ରାମ ଠାରୁ ଭାଷା ସାହିତ୍ୟ ସଂସ୍କୃତି ଆନ୍ଦୋଳନ ଆଦି ସମସ୍ତ କ୍ଷେତ୍ରରେ ଗଞ୍ଜାମ ଆଗୁଆ । ଏମାଟିକୁ ଆସିଲେ ମୋତେ ବହୁତ ଗର୍ବିତ ଅନୁଭବ ହୁଏ ବୋଲି କହିଥିଲେ ବାଚସ୍ପତି ସୁରମା ପାଢ଼ୀ । ଗଞ୍ଜାମ ତଥା ଚିକିଟିବାସୀଙ୍କ ଲୁକାୟିତ ପ୍ରତିଭାର ପରିକ୍ରମାଶ ପାଇଁ ତଥା ସ୍ଥାନୀୟ କଳା ଓ ସଂସ୍କୃତିର ସମୃଦ୍ଧି ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଏହାପରେ ଆରମ୍ଭ ହୋଇଥିଲାରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳର ପାରମ୍ପାରିକ ଲୋକେ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ ହୋଇଥିଲା । ଏହାପରେ ପ୍ରଥମ ଦିନରେ ମୁଖ୍ୟ ଆକର୍ଷଣ ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ର ଓ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଉଭୟ ଅସୀମା ଓ ସବ୍ୟସାଚୀଙ୍କ ଏକାଠି ହୋଇ ଅନେକ ଗୀତ ଗାଇବା ସହ ଅସୀମା ବହୁ ହିଟ୍‌ ଗୀତ ଗାଇଥିଲେ । ଯାହାକି ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ଏହାସହ ହାସ୍ୟ ଅଭିନେତା ଗଲୁଆ ଓ ତାଙ୍କ ଟିମ ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ୍‌ କରାଇଥିଲେ । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନେତୃତ୍ବରେ ଆୟୋଜିତ ଏହି ମହୋତ୍ସବରେ ଜିଲ୍ଲାର ବହୁ ବିଧାୟକଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ବିଇଏମସି କମିଶନର, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *