ଗୃହର ମର୍ଯ୍ୟାଦା ଓ ପରମ୍ପରା ମୋତେ ବି ଭଲରେ ଜଣା:ସୁରେଶ ପୂଜାରୀ

ଜଗନ୍ନାଥଙ୍କ ଜମି ଜବରଦଖଲମୁକ୍ତ ନେଇ ପ୍ରଶ୍ନକାଳରେ ଉତ୍ତର ଦେଉଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ବେଦାନ୍ତ ଯେଉଁ ଜମି ନେଇଥିଲା, ତାହାର ସ୍ଥିତି କଅଣ। ଏ ବାବଦରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜାଣିବାକୁ ଚାହିଁଥିଲେ। ଗୃହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ଅଛନ୍ତି। ବେଦାନ୍ତକୁ ଯେଉଁ ଜମି ଅଧିଗ୍ରହଣ କରି ଦିଆଯାଇଥିଲା। ସେ ବାବଦରେ ସରକାର କି ପଦକ୍ଷେପ ନେଲେଣି ଏଯାଏଁ। କ୍ଷତିଗ୍ରସ୍ତ ଲୋକଙ୍କୁ ଦିଆଯାଇଥିବା କ୍ଷତିପୂରଣ ରାଶି ଫେରସ୍ତ ହେଲାଣି କି ନାହିଁ। ଏ ବାବଦରେ ସରକାରଙ୍କ ଆଭିମୁଖ୍ୟ କଅଣ ବୋଲି ଜାଣିବାକୁ ଚାହିଁଥିଲେ ରାଜା। ପୁଜାରୀଙ୍କୁ ଲକ୍ଷ୍ୟ କରି ଆଇନମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଶ୍ନ ପଚାରିଥିଲେ ରାଜା ସ୍ୱାଇଁ। ତେବେ ଆଇନମନ୍ତ୍ରୀ ସଂକ୍ଷେପରେ ଉତ୍ତର ଦେବାରୁ ବିସ୍ତୃତ ଭାବେ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇଥିଲେ ରାଜସ୍ୱ ମନ୍ତ୍ରୀ। ବାଚସ୍ପତିଙ୍କ ଅନୁମତି ମାଗିଥିଲେ। ବାଚସ୍ପତି ଅନୁମତି ଦେବା ପରେ ବିସ୍ତୃତ ତଥ୍ୟ ଗୃହରେ ଥୋଇବା ଆରମ୍ଭ କରିଥିଲେ ମନ୍ତ୍ରୀ ପୂଜାରୀ। ତେବେ ତଥ୍ୟ ଦେଉଥିଲା ବେଳେ ଅଚାନକ ବିଜେଡି ବିଧାୟକ ଗଣେଶ୍ୱର ବେହେରା ମଝିରେ ଛିଡା ହୋଇ ଆପତ୍ତି ଉଠାଇଥିଲେ। ଗୃହର ପରମ୍ପରାକୁ କ୍ଷୁର୍ଣ୍ଣ ହେଉଛି। ଜଣେ ମନ୍ତ୍ରୀ ଉତ୍ତର ଦେଉଥିଲା ବେଳେ ଆଉ ଜଣେ ମନ୍ତ୍ରୀ ମଝିରେ ହସ୍ତକ୍ଷେପ କରିବା କେତେଦୂର ସମୀଚିନ ବୋଲି ପଚାରିଥିଲେ। ଆଉ ଏଥିରେ ବିଲକୁଲ ବିଚଳିତ ହୋଇନଥିଲେ ପୂଜାରୀ। ବିଜେଡିର ବରିଷ୍ଠ ବିଧାୟକ ରାଜା ସ୍ୱାଇଁ ନିଜେ ତାଙ୍କ ମୁହଁରୁ ଉତ୍ତର ଜାଣିବାକୁ ଆଗ୍ରହ ଦେଖାଇବାରୁ ହିଁ ସେ ଛିଡ଼ା ହୋଇ ଉତ୍ତର ଦେଉଛନ୍ତି। ନହେଲେ ତାଙ୍କର କୌଣସି ସଉକ ନାହିଁ। ଗୃହର ମର୍ଯ୍ୟାଦା ଓ ପରମ୍ପରା ବି ତାଙ୍କୁ ବେଶ୍ ଜଣା। ମନ୍ତ୍ରୀଙ୍କୁ ବି ମୌନେ ସମର୍ଥନ କରିଥିଲେ ରାଜା। ଏହା ପରେ ମନ୍ତ୍ରୀ ଉତ୍ତରରେ କହିଥିଲେ, ଜମି ଅଧିଗ୍ରହଣରେ ଯେଉଁମାନେ କ୍ଷତିପୂରଣ ରାଶି ପାଇଥିଲେ, ସେମାନଙ୍କଠୁ ଫେରସ୍ତ ଆଣି ରେକର୍ଡ ଅଫ ରାଇଟ୍ସ ସଂଶୋଧନର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମୂଳ ମାଲିକଙ୍କ ପାଖକୁ ଜମି ପୁଣି ଚାଲିଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *