ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ଶୀର୍ଷରେ ରହିଥିବା ବେଳେ ଚଳିତ ନିର୍ବାଚନରେ ଶାସକ ଦଳ ବିଜେପି ପାଇଁ ନିର୍ବାଚନ ଜିତିବା ସହଜ ହେବ ନାହିଁ। ଭିନ୍ନ ଭିନ୍ନ ସର୍ଭେରୁ ଏମିତି ରିପୋର୍ଟ ସାମ୍ନାକୁ ଆସିଛି। ଗତ ୨୭ ବର୍ଷ ଧରି କ୍ଷମତାରେ ଥିବା ବିଜେପି ତାର ବିଜୟରଥକୁ ଆଗେଇ ନେବାକୁ ହେଭି ୱେଟ ନେତାଙ୍କୁ ମୈଦନାକୁ ପ୍ରଚାରରେ ଲଗାଇଥିବା ବେଳେ ଆମ ଆଦମୀ ପାର୍ଟି ତାର ଫୁଲ ଦମ ଲଗାଇଦେଇଛି। ସେପଟେ କଂଗ୍ରେସ ତାର ବନବାସ ଶେଷ କରି ଗୁଜୁରାଟକୁ ଅକ୍ତିଆର କରିବାକୁ ଆଶାବାଦୀ ହୋଇଛି।
ଏହାରି ଭିତରେ ଏକ ଜାତୀୟ ଗଣମାଧ୍ୟମ ସର୍ଭେରୁ ବହୁ ବର୍ଗ ରାଜ୍ୟରେ ପ୍ରଥମ ଥର ଭାଗ୍ୟ ପରୀକ୍ଷା କରୁଥିବା ଆପ ଆଡକୁ ମୁହାଁଇଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ୩୭ ପ୍ରତିଶତ ଦଳିତ ଭୋଟ ବିଜେପି ମିଳୁଥିବା ବେଳେ ୩୪ ପ୍ରତିଶତ କଂଗ୍ରେସକୁ ଓ ୨୪ ପ୍ରତିଶତ ଆପକୁ ମଳିବାର ସମ୍ଭାବନା ରହିଛି। ସେହିପରି ୨୧ ପ୍ରତିଶତ ମୁସଲମାନ ଭୋଟ ରାଜ୍ୟରେ ବିଜେପିକୁ ମିଳିବାର ସମ୍ଭାବନା ଥିବା ବେଳେ ୩୯ ପ୍ରତିଶତ କଂଗ୍ରେସ ଓ ୩୭ ପ୍ରତିଶତ ଆପ ଖାତାକୁ ଯାଉଥିବା ସର୍ଭେରୁ ଜଣାପଡିଛି। ଓବିସି ବର୍ଗର ୫୩ ପ୍ରତିଶତ ବିଜେପିକୁ, ୨୪ ପ୍ରତିଶତ କଂଗ୍ରେସକୁ ଓ ୧୭ ପ୍ରତିଶତ ଆପକୁ ଯିବା ଜଣାପଡିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now