ସନ୍ଦିଗ୍ଧ ପାରା ଚାଇନାର ଥିବା ସନ୍ଦେହ

Spread the love

() ସନ୍ଦିଗ୍ଧ ଗୁଇନ୍ଦା ପାରାର ହେବ ଗୁପ୍ତ ପରୀକ୍ଷା। ସେଣ୍ଟ୍ରାଲ ଫରେନସିକ ଲ୍ୟାବ ଖୋଲିବ ପାରାର ଗୁମର। ପାରା ଡେଣାରେ ଲେଖାଥିବା ଭାଷା ଚାଇନିଜ ବୋଲି ଜଣାପଡ଼ିଥିବା ବେଳେ  ଲେଖାର ମାନେ ଖୋଜୁଛି ହ୍ୟାଣ୍ଡରାଇଟିଂ ବ୍ୟୁରୋ l ଅନ୍ୟପଟେ କ୍ୟାମେରା ଓ ଚିପ କୁ ନେଇ ବଢୁଛି ଅଧିକ ସନ୍ଦେହ। 

ଖୋଲୁନି ଗୁଇନ୍ଦା ପାରାର ରହସ୍ୟ l CFSL ଯିବ ସନ୍ଦିଗ୍ଧ ପାରା । କୋଲକାତା କିମ୍ବା ହାଇଦ୍ରାବାଦ CFSL କୁ ଯିବ ପାରା । ପାରାର ଡେଣା ରେ ଲେଖାଥିବା ଭାଷା ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ପାରାଦୀପର ମାଛଧରା ଟ୍ରଲର୍ ‘ସାରଥୀରୁ ମିଳିଥିବା ରହସ୍ୟମୟ ଗୁପ୍ତଚର ପାରାର ଗୋଡ଼ରେ ଲାଗିଥିବା କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ୍ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର ବୋଲି ସୂଚନା ମିଳିଛି । କ୍ୟାମେରା ଓ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶକୁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଯାଞ୍ଚ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିବା ପରେ ବିଭିନ୍ନ ଦିଗକୁ ନେଇ ଉଙ୍କି ମାରିଛି ପ୍ରଶ୍ନ।

ତେବେ ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି। ଏହାର ଅର୍ଥ ଜାଣିବାକୁ ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞଙ୍କ ସହାୟତା ନେବାକୁ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି।

ମଝି ଦରିଆରୁ ଧରାହେଇଥିବା ପାରା କାହା ପାଇଁ କରୁଥିଲା ଗୁଇନ୍ଦାଗିରି? ଗୋଡ଼ରେ ଲାଗିଥିବା କ୍ୟାମେରା ଓ ଚିଫ ରେ କଣ’ ହୋଇଛି ରେକର୍ଡ? ବିଶ୍ୱଯୁଦ୍ଧ ସମୟରେ ସାମରିକ ସୂଚନା ପ୍ରଦାନ ପାଇଁ ପାରା କୁ ବ୍ୟବାହୃତ କରାଯାଉଥିବା ବେଳେ ଆଜିର  ଯୁଗରେ ପୁଣି ପାରାକୁ ବାର୍ତ୍ତାବହ ଭାବରେ ବ୍ୟବହାର କରିବା ନେଇ ଉଙ୍କି ମାରିଛି ସନ୍ଦେହ l

ଭୁବନେଶ୍ୱର ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *