ଓଡ଼ିଶା

ନବୀନଙ୍କ ଆଖିରେ ଲୁହ

ନବୀନଙ୍କ ଆଖିରେ ଲୁହ  । ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ । ରୋମରେ ଓଡିଶାର ଗରିବ ଛାତ୍ରର କଥା ଶୁଣି କୋହ ସମ୍ଭାବଳି ପାରିନଥିଲେ ନବୀନ। ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଯୁବ ବୈଂଗ୍ୟାନିକ ଶେଷଦେବ କିସାନଙ୍କ କତା ଶୁଣି ନବୀନଙ୍କ ଆଖିରୁ ଲୁହ ଝରିପଡିଥିଲା । ପାଠ ପଢିବା ପାଇଁ ଯେତେବେଳେ ତାଙ୍କ ପାଖରେ ଟଙ୍କାଟିଏ ନଥିଲା ସେତେବେଳେ ସାହାର୍ଯ୍ୟର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବଂ ତାଙ୍କର ସମସ୍ତ ପାଠ ପଢା ଖର୍ଚ୍ଚ ଉଠାଇବା ପାଇଁ ପ୍ରତିସୃତି ଦେଇଥିଲେ । ଯୁବକ ରୋମରେ ନବୀନଙ୍କୁ ଭେଟି ମନେ ପକାଇ ଦେଇଥିଲେ ନବୀନଙ୍କୁ ଭେଟିବା କଥା।୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଗରିବ ଯୁବକ ଶେଷ। ସେ କହିଥିଲେ ଯେ, ସେତେବେଳେ ଏକ ଶସ୍ତା ପ୍ୟାଣ୍ଟ, ସାର୍ଟ ଓ ପାଦରେ ଚଟି ଚପଲ ପିନ୍ଧି ବହୁ ଆଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁଭୁବନେଶ୍ୱର ଆସିଥିଲେ । ବାପା ମାଆ ଛେଉଣ୍ଡ ଅନାଥ ଯୁବକ ଶେଷଙ୍କର ପାଠ ପଢା ପ୍ରତି ଆଗ୍ରହ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ପାଠପଢା ଖର୍ଚ୍ଚ ଉଠାଇବାକୁ ପ୍ରତିଶୃତି ଦେଇଥିଲେ। ଏବଂ ସମସ୍ତ ପ୍ରକାରର ସୁବିଧା ମଧ୍ୟ ଯେଗାଇଦେବା ପାଇଁ କହିଥିଲେ। ଯାହାଫଳରେ  ତାଙ୍କ ମନରେ କିଛି ନୂଆ କରିବାର ଆଶା ଓ ବିଶ୍ୱାସ ଆସିଥିଲା । ଏସବୁ ଭିତରେ ଶେଷ ଜର୍ମାନୀରେ ପାଠ ପଢିଥିବାର ସୁଯୋଗ ପାଇଛନ୍ତି। ନବୀନ ତାଙ୍କୁ ସହୟତା କଲେ ବୋଲି ସେ ଆଜି ଏଠି ପହଞ୍ଚିପାରିଛନ୍ତି ବୋଲି କହିଛନ୍ତି ଶେଷ। ଶେଷଙ୍କ ସଂଘର୍ଷରଏଇ କେଇପଦ କଥା ଶୁଣି  ନବୀନଙ୍କ ଆଖିରେ ଲୁହ ଆସିଯାଇଥିଲା । ନବୀନ ତାଙ୍କ ଆଖିରୁ ଲୁହ ପୋଛୁଥିବାର ମଧ୍ୟ ନଜର ଆସିଛନ୍ତି। ଶେଷରେ ନବୀନ ଶେଷଙ୍କୁ ଆଉ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଶେଷ ଯେତେବେଳେ ତାଙ୍କର ପିଏଚଡି ସାରି ଓଡିଶାକୁ ଫେରିବେ, ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଏକ ଫାର୍ମା କମ୍ପାନୀ ଖୋଲିଦେବେ….

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button