ଚଳଚଞ୍ଚଳ ଗ୍ରହରାଜ ଶନି ଦେବଙ୍କର ପବିତ୍ର ଜନ୍ମୋତ୍ସବ

ଯାଜପୁରର ରାଛିପୁର ଗ୍ରାମରେ ଚଳିତବର୍ଷ ବେଶ୍ ଧୁମଧାମରେ ଚାଲିଛି ଗ୍ରହରାଜ ଶନି ଦେବଙ୍କର ପବିତ୍ର ଜନ୍ମୋତ୍ସବ। ଗ୍ରହରାଜଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶନିଶ୍ଚରଙ୍କ ଠାରେ ଜଳଲାଗି କରି ଗ୍ରହରାଜଙ୍କୁ ସନ୍ତୁଷ୍ଟ କରୁଛନ୍ତି। ଏହି ମେଳାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦବୋସ୍ତ କରାଯାଇଛି। ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳିତ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ। ଏହି ଅବସରରେ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ସହର ନିକଟସ୍ଥ ରାଛିପୁର ଗ୍ରାମର ଶନି ଦେବଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର ପରିସରରେ ଭଜନ କିର୍ତ୍ତନ ସାଙ୍ଗକୁ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ। ପୂଜା ଏବଂ ଯଜ୍ଞ କାର୍ଯ୍ୟରେ ନିୟୋଜିତ ଅଛନ୍ତି ୨୦ରୁ ଅଧିକ ପୂଜକ ପୁରୋହିତ। ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହୁଏ ବୋଲି ବିଶ୍ବାସ ରହିଛି। ସେଥିଲାଗି ରାଛିପୁରର ଏହି ପ୍ରସିଦ୍ଧ ଶନିଶ୍ଚର ପୀଠରେ ଠାକୁରଙ୍କୁ ଜଳାଭିଷେକ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଦିଅଁ ଦର୍ଶନ କରିବା ସାଙ୍ଗକୁ ଠାକୁରଙ୍କ ନିକଟରେ ଶ୍ରଦ୍ଧାଳୁ ଭୋଗ ଲଗାଉଛନ୍ତି। ଚଳିତ ବର୍ଷ ଏହି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ହାତରେ ପାଣି କଳସ ଓ ଭୋଗ ପସରା ଧରି ଲମ୍ବା ଧାଡିରେ ଛିଡା ହୋଇଥିବାର ଦୃଶ୍ୟ ଥିଲା ନିଆରା। ତେବେ ଭକ୍ତିଭାବ ନେଇ ଦୂରଦୂରାନ୍ତରୁ ଏଠାକୁ ଛୁଟି ଆସିଛନ୍ତି ଲକ୍ଷାଧିକ ଭକ୍ତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *