ଜଟଣୀର ନାଇଜର ପରିସରରେ ହୋମି ଭାବା କ୍ୟାନସର ହସ୍ପିଟାଲର ଶିଳାନ୍ୟାସ

Spread the love

ଭୁବନେଶ୍ୱର : ୨୫ତମ ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଟଣୀର ନାଇଜର ପରିସରରେ ହୋମି ଭାବା କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ୨୦୦ ଶଯ୍ୟା ବିଶିଷ୍ଟ ଏହି ବୃହତ ହସ୍ପିଟାଲରେ ଚିକିସ୍ତ୍ରା ସହିତ ଗବେଷଣା ମଧ୍ୟ ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି କ୍ୟାନସର ହସ୍ପିଟାଲରେ କେନ୍ଦ୍ର ସରକାର ୬୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି କ୍ୟାନସର ହସ୍ପିଟାଲ ଆଗାମୀ ଦିନରେ ଓଡିଶାର କ୍ୟାନସର ରୋଗୀଙ୍କ ଚିକିସ୍ତ୍ରା ପାଇଁ ବଡ ଭୂମିକା ନେବ । ଓଡିଶାରେ ଏଭଳି ହସ୍ପିଟାଲ ସ୍ଥାପନା କରିବାରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶା ଲୋକଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ।

ଶ୍ରୀ ସାମଲ କହିଛନ୍ତି ଯେ ଓଡିଶାର ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି । ଓଡିଶାରେ କେନ୍ଦ୍ର ସରକାରଙ୍କ ସହଯୋଗରେ ୫ଟି ମେଡିକାଲ କଲେଜ ସ୍ଥାପନା ହୋଇସାରିଛି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟମରେ ଆଉ ୨ଟି ମେଡିକାଲ କଲେଜ ସ୍ଥାପନା ହୋଇସାରିଛି । ସେହିଭଳି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ, ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ମଧ୍ୟ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଯାଇଛି । ଓଡିଶାରେ ୬୦୦ରୁ ଅଧିକ ଜନଔଷଧୀ କେନ୍ଦ୍ରରେ ଲୋକମାନଙ୍କୁ ଉଚ୍ଚ ଗୁଣବତାମାନର ଔଷଧ କମ ମୂଲ୍ୟରେ ମିଳୁଛି । 

Leave a Reply

Your email address will not be published. Required fields are marked *