ଶ୍ରୀମନ୍ଦିରର ଚାରିଦ୍ୱାର ତୁରନ୍ତ ଖୋଲାଯାଉ : ଡ. ସମ୍ବିତ ପାତ୍ର

Spread the love

ଭୁବନେଶ୍ୱର : ଶ୍ରୀମନ୍ଦିରର ଚାରିଦ୍ୱାର ତୁରନ୍ତ ଖୋଲାଯାଉ ବୋଲି ଦାବି କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।

ସେ କହିଛନ୍ତି ଯେ, ଶ୍ରୀମନ୍ଦିରର ଚାରିଦ୍ୱାର ବିଲକୁଲ ଖୋଲିବା କଥା । ଯେପରି ସୁଲଭ ଭାବେ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ, ତାହା ପ୍ରଶାସନର କାମ । ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଏବଂ ଏହା ଆମର ପାର୍ଟିର ଷ୍ଟାଣ୍ଡ । ତେଣୁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଳାଯାଉ ବୋଲି ସେ ଦାବି କରିଛନ୍ତି ।

ସେହିପରି ବନକ ଲାଗି ନୀତି ପ୍ରସଙ୍ଗରେ ସେ କହିଛନ୍ତି ଯେ, ସେବକ ଏବଂ ଭକ୍ତଙ୍କ ଯେମିତି ମଙ୍ଗଳ ହେବ ଏବଂ ସେବକମାନେ ମଧ୍ୟ ସୁବିଧାରେ ରୁହନ୍ତୁ ଏନେଇ ରାଜ୍ୟ ସରକାର ଏବଂ ପ୍ରଶାସନ କାମ କରିବା କଥା ।

Leave a Reply

Your email address will not be published. Required fields are marked *