ପୁଣି ବଢିବ ପାରଦର ସ୍ତର

ପୁଣି ବଢିବ ପାରଦର ସ୍ତର, ଅନୁଭବ ହେବ ଅସହ୍ୟ ଗରମ ଓ ଗୁଳୁଗୁଳି। ଆଜି ରାଜ୍ୟରେ ଟାଇଁ ଟାଇଁ ଖରା ଦେଖିବାକୁ ମିଳିଥିବା ବେଳେ ୨ ଦିନରେ ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ ତାପମାତ୍ରା। ସେପଟେ ୯ ତାରିଖ ଯାଏ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବଙ୍ଗୋପସାଗରରୁ ବହୁଥିବା ଆର୍ଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି। ପ୍ରଭାବରେ ଆସନ୍ତା ୨୪ ଘଂଟାରେ କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା  ସମ୍ଭାବନାକୁ ନେଇ କୋରାପୁଟ, ମାଲକାନଗିରି, ରାୟଗଡା ଗଂଜାମ ଓ ଗଜପତିି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତାକାଲି ବିଶେଷ ବଶବର୍ଷରେ ନଥିବା ବେଳେ ପାଗ ଶୁଖିଲା ରହିବ। ୭ ତାରିଖରେ ମାଲକାନଗିରି, କୋରାପୁଟ ଓ ରାୟଗଡା ର କାଁଭାଁ ସ୍ଥାନରେ ହାଲ୍କା ଵର୍ଷା ସମ୍ଭାବନା ଦେଇଛି ବିଭାଗ । ପରେ ୮ ଓ ୯ ରେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୩୦ ରୁ ୪୦  କିମି ବେଗରେ ଝଡ ପବନ ସହ ବର୍ଷା ସମ୍ଭାବନା ଦେଇଛି ବିଭାଗ । ୮ ତାରିଖରେ  ମାଲକାନଗିରି, କୋରାପୁଟ, ରାୟଗଡା, ମୟୁରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ଼ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ପାଣିପାଗ ବିଭାଗ। ସେହିପରି ୯ ତାରିଖରେ ମାଲକାନଗିରି,କୋରାପୁଟ ରାୟଗଡା ଗଂଜାମ ଗଜପତି ମୟୁରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି  ରାଜ୍ୟରେ କାଁଭାଁ  ସ୍ଥାନରେ ହାଲ୍କାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ କୋରାପୁଟ ପଟାଂଗୀରେ ସର୍ବାଧିକ ୩୨.୧ ମିମି ବର୍ଷା ରେକର୍ଡ କରାଯାଇଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *