ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ

Spread the love

ଭୁବନେଶ୍ୱର : ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଛି । ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛି । ତୋଷାଳି ଭବନ ଏ-୧ ବ୍ଲକର ତଳ ମହଲାରେ ଆୟୁକ୍ତଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ରାଜ୍ୟର ଭିନ୍ନକ୍ଷମ ହିତାଧିକାରୀମାନେ ଏଣିକି ସେମାନଙ୍କ ସମସ୍ୟା ତଥା ଅଭିଯୋଗଗୁଡ଼ିକର ସମାଧାନ ନିମନ୍ତେ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଆସିପାରିବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *