୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ପହଞ୍ଚିବେ ରାଷ୍ଟ୍ରପତି । ବିମାନ ବନ୍ଦରରୁ ସିଧାସଳଖ ଯିବେ ଜୟଦେବ ଭବନ। ସେଠାରେ କାର୍ୟ୍ୟକ୍ରମ ରେ ଯୋଗ ଦେଇ ରାଷ୍ଟ୍ରପତି ରାଜ ଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳୁ ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟରରେ ପୁରୀ ଯିବେ। ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଛି। ନୋ ଫ୍ଲାଇଙ୍ଗ ଜୋନ ହେବ, ରୁଟ ଲାଇନ୍ ରେ କୌଣସି ଉଡନ୍ତା ବସ୍ତୁ ଅନୁମତି ନାହିଁ। ତାଙ୍କ ଗସ୍ତ ରାସ୍ତାରେ ସିଲ କରାଯିବ। ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସର୍ପ ସୁଟର ସ୍ନାଇପର ସଜାଗ ରହିବେ। ଆଜିଠୁ ୯ତାରିଖ ଯାଏଁ ଚାରିଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡ଼ିଆ ଆସୁଛନ୍ତି। ରଥଯାତ୍ରା ଦେଖିବାକୁ ୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now