ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ କରାଯିବ ଗବେଷଣା

Spread the love

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ଏକ ନୂତନ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଡିନ୍ ଏବଂ ଫାକଲ୍ଟି ମେମ୍ବରମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଓଡ଼ିଶାରେ ହ୍ୟୁମାନ କ୍ୟାପିଟାଲ ଡେଭଲପ୍ମେଂଟ ନିମନ୍ତେ ଟ୍ରାନ୍ସଫରମେଟିଭ୍ ଟ୍ରେନିଂ, ନୂଆ ନୂଆ ଗବେଷଣା ଏବଂ ପାଥ୍ ଟ୍ରେନିଂ ଇନୋଭେସନ ମାଧ୍ୟମରେ ଗବେଷଣା ପାଇଁ ସ୍ଥିର ହୋଇଛି ।

ଆଲୋଚନା ବିଶେଷତଃ ଫାକଲ୍ଟି ଟ୍ରେନିଂ, ଷ୍ଟୁଡେଂଟ ଇଂଟରନ୍ସିପ୍ ମିଳିତ ସହଯୋଗରେ ଗବେଷଣା ଏବଂ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ ସମ୍ପର୍କରେ ହୋଇଥିଲା । ରାଜ୍ୟ ସରକାର ଏବଂ ସଂଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ବିଶେଷ ଉଦ୍ଦେଶ୍ୟ ସାଧନ କରୁଥିବା ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଓ ଗବେଷଣା ସ୍ତରରେ ବୈପ୍ଳବିକ ପରିବର୍ତନ ଆଣି ଓଡ଼ିଶାକୁ ଏକ ଉଚ୍ଚ ସୋପାନରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରର ପରିଚିତ ସ୍ୱନାମଧନ୍ୟ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟକୁ ଏହି ମିଳିତ ସହଯୋଗ ନିମନ୍ତେ ଚୟନ କରାଯାଇଛି । ସହଭାଗିତା ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ବିରାଟ ପରିବର୍ତନ ଆଣିବା ସହ ଓଡ଼ିଶାକୁ ଦେଶରେ ଗବେଷଣା ନିମନ୍ତେ ଏକ ହବ୍(ପେଣ୍ଠସ୍ଥଳୀ)ରେ ପରିଣତ କରିବା ପାଇଁ ଆଶା ରଖିଛନ୍ତି ।

ଏହି ସହଯୋଗ ଭବିଷ୍ୟତରେ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଏକ ନୂଆ ରୂପ ଦେବ, ଏହା ନିଃସନ୍ଦେହ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ । ମିଳିତ ସହଯୋଗରେ ବିଭିନ୍ନ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀ ଏବଂ ଫାକଲଫିମାନଙ୍କ ପାଇଁ ଏକ୍ସଚେଞ୍ଜ ପ୍ରୋଗ୍ରାମ, ମିଳିତ ଗବେଷଣା ପ୍ରକଳ୍ପ ଏବଂ ରାଜ୍ୟ ସରକାରୀ ପଦାଧିକାରୀମାନଙ୍କ ପାଇଁ କାପାସିଟି ବିଲ୍ଡିଂ କାର୍ଯ୍ୟକ୍ରମ ଉପରେ ମୁଖ୍ୟତଃ ଗୁରୁତ୍ୱ ଦେବେ ।

ପ୍ରକାଶ ଥାଉ କି, ଅନ୍ତର୍ଜାତୀୟ ସ୍ତରରେ, ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା କ୍ଷେତ୍ରରେ ୧୧ତମ ସ୍ଥାନରେ ରହିଛି । ତେଣୁ ବିଶ୍ୱସ୍ତରୀୟ ଏହିଭଳି ଶିକ୍ଷାନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହଯୋଗ ସ୍ଥାପନ କରିବା ଦ୍ୱାରା ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *