କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଏକ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳ। ଗତ ଶନିବାର ଓ ରବିବାର ଦୁଇଦିନ ହେଲା ଘନ କୁହୁଡି ସହିତ ହାଡ଼ ଭଙ୍ଗା ଶୀତକୁ ଏଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ସକାଳେ ତାପମାତ୍ରା ୪ ଡିଗ୍ରୀ ରହିଥିଲା। କଳାହାଣ୍ଡି ଜିଲ୍ଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ଅଞ୍ଚଳରେ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ହାଡ଼ ଭଙ୍ଗା ଶୀତ ଯୋଗୁଁ ଲୋକମାନେ ଘରୁ ବାହାରିବା ସମ୍ଭବ ହେଉନାହିଁ। ଗରିବ ଲୋକଙ୍କ ପାଖରେ ଆବଶ୍ୟକୀୟ ଶୀତ ବସ୍ତ୍ର ନ ଥିବା ବେଳେ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ନିଆଁ ହିଁ ଏକ ମାତ୍ର ସାହାରା ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now