ଗାଁରେ ବାଘ ଆତଙ୍କ , ଲୋକେ ଆତଙ୍କିତ

ନୂଆପଡା ଜିଲ୍ଲା କେନ୍ଦୁବହାରା ପଞ୍ଚାୟତର ଗଦିନିପାଣି ଗାଁ ରେ ବାଘ ଆତଙ୍କ । ଯାହାକୁ ନେଇ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି  । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ କିଛି ଲୋକ ନିଜ ଚାଷ ଜମିରେ କାମ ସାରି ଘରକୁ ଯାଉଥିବା ସମୟରେ ଏକ କଲରା ପତରିଆ ବାଘ ରାସ୍ତା ଉପରେ ବୁଲୁଥିବା ନଜରକୁ ଆସିଥିଲା । ବାଘକୁ  ଦେଖି ଲୋକେ ଭୟଭୀତ ହୋଇଥିଲେ । ବନ ବିଭାଗ ଖବର ପାଇ ଲୋକେ ଏବଂ ବାଘ କିପରି ସୁରକ୍ଷିତ ରହିବ ସେ ଦିଗରେ ସଚେତନ  କରିଥିଲେ । ତେଵେ ଗିଦିନୀପାଣି ଗାଁ ସୁନାବେଡା ଅଭୟାରଣ୍ୟକୁ ଲାଗି ରହିଥିବାରୁ ବାଘ ଆଖପାଖ ଅଞ୍ଚଳରେ ଚଳପ୍ରଚଳ କରିଥିବା ଅନୁମାନ କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *