କୋରେଇ ଷ୍ଟେସନକୁ ମାଡିଗଲା ମାଲବାହୀ ଟ୍ରେନ୍….

Spread the love

ବାଲେଶ୍ବର: ସୋମବାର ସକାଳୁ ସକାଳୁ ବାଲେଶ୍ବର  କୋରେଇ ଷ୍ଟେସନରେ ଭୟଙ୍କର ରେଳ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସେହି ରୁଟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ରେଳ ଚଳାଚଳ ବାତିଲ ହୋଇଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋମବାର ସକାଳ ପ୍ରାୟ ୬ଟା ୩୦ ମିନିଟରେ ଏକ ମାଲବାହୀ ଟ୍ରେନର ୮ଟି ବଗି ଷ୍ଟେସନ ନିକଟରେ ଲାଇନ ଚ୍ୟୁତ ହେବାରୁ ଟ୍ରେନ ଟ୍ରାକରୁ ଷ୍ଟେସନ ଭିତରକୁ ମାଡି ଆସି ଯାତ୍ରୀ ବିଶ୍ରାମଗାର ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ବହୁ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଟ୍ରେନ ମାଡିଯିବାରୁ କୋରେଇ ଷ୍ଟେସନରେ ଥିବା ଫ୍ଲାଇ ଓଭର ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଯାତ୍ରୀ ବିଶ୍ରାମଗାର ସମେତ ବହୁ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣା ପାଇଁ ୮ଟି ଟ୍ରେନକୁ ବାତିଲ କରାଯାଇଛି ଓ ଉଦ୍ଧାର ତଥା ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

ଆଜିର ଏହି ଦୁର୍ଘଟଣା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି। ରେଳବାଇ ପକ୍ଷରୁ ପ୍ରତି ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଥିବା ବେଳେ ଆହତଙ୍କୁ ୨ ଲକ୍ଷ ଲେଖା ଘୋଷଣା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ପ୍ରାଣଦେଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଲେଖା ଅନୁକମ୍ପା ରାଶୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *