ହାଇବ୍ରିଡ୍ ନଡିଆ ଓ ମାଛ ଚାଷ ପାଇଁ ଚାଷୀମାନଙ୍କୁ ତାଲିମ

Spread the love

କେନ୍ଦ୍ରାପଡ଼ା : ନାବାର୍ଡ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଡା ଆନୁକୂଲ୍ୟରେ ମାଛ ଚାଷ ଏବଂ ନଡିଆ ଚାଷ ସହିତ ନଡିଆ ଚାରା ପ୍ରସ୍ତୁତି ପାଇଁ ଏକ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନାବାର୍ଡ ଡି.ଡି.ଏମ୍ ଅଶୋକ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ(ସାଧାରଣ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏଲ.ଡି.ଏମ ମଳୟ କୁମାର ମିତ୍ର, ଓ.ୟୁ.ଏ.ଟି ର ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ଶରତ ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର, ଡ଼ଃ ନମିତା ଦାସ, ମାନସ ରଞ୍ଜନ ବେହେରା, ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ ଏବଂ ସେଡାର ସଂପାଦକ ଈଶ୍ୱର ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ହୋଇ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଂଚାୟତ ୩୫ ଜଣ ନଡିଆ ଓ ମତ୍ସଚାଷୀଙ୍କୁ ହାଇବ୍ରିଡ୍ ନଡିଆ ଚାରା ଓ ମାଛ ଚାଷ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ନଡିଆ ଚାରା ଆମଦାନୀ ଠାରୁ ଫଳ ହେବା ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କୁ ସହଯୋଗ କରାଯିବ ବୋଲି ଜଣାପଡିଛି । କାର୍ଯ୍ୟକ୍ରମରେ ସେଡାର ସଂଯୋଜକ ମଣ୍ଟୁ ବାରିକ ସହ ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *