ଭୁବନେଶ୍ୱର : ପୁଣି ଅଶାନ୍ତ ହୋଇଛି ବିଜେବି କଲେଜ କ୍ୟାମ୍ପସ୍ । ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହି ମାମଲା ଥାନାରେ ପହଂଚିଛି । ୩ ଜଣ ଛାତ୍ରଙ୍କୁ ଅନ୍ୟ ଗୋଷ୍ଠୀର କିଛି ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖି ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଜଣେ ଛାତ୍ର ସେଠାରୁ ମୁକୁଳି ଅନ୍ୟ ଜଣେ ଛାତ୍ରଙ୍କୁ ଉଦ୍ଧାର କରି ଏଚଓଡିଙ୍କ ରୁମରେ ରଖିଥିଲେ । ସେ ଥାନାରେ ହାଜର ହୋଇ ଏକଥା ଜଣାଇବା ପରେ ଅଟକ ଥିବା ଛାତ୍ରଙ୍କୁ ପୋଲିସ ଉଦ୍ଧାର କରିଛି । ବଡଗଡ ପୋଲିସ୍ ଏହାର ତଦନ୍ତ କରୁଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now