ପୁଣି ପୋଲିସର ଏନକାଉଣ୍ଟରରେ 13 ଲକ୍ଷ୍ୟ ଇନାମୀ ଦୁଇ ଟପ କ୍ୟାଡର ମାଓବାଦୀଙ୍କ ମୁଣ୍ଡ ଗଡ଼ିଲା।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାର କିଲମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଭୀଷଣ ଗୁଳି ବିନିମୟ। ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ। ପୁର୍ବ ବସ୍ତର ମାଓ ସଙ୍ଗଠନର DVCM କ୍ୟାଡର ମାଓବାଦୀ ହଳଧର ଏବଂ ACM କ୍ୟାଡର ମାଓବାଦୀ ରାମେ ନିହତ। ଘଟଣା ସ୍ଥଳରୁ ଗୋଟିଏ AK47 ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now