ରେଳ ଦୁର୍ଘଟଣାରେ ଆହତ ଯାତ୍ରୀ ମାନଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସକାଳୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ଓ ଆହତ ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଯାତ୍ରୀ ମାନଙ୍କୁ ଭେଟିଛନ୍ତି । ତାଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଥିଲେ ।

ସେମାନେ ଆହତ ମାନଙ୍କ ସହ କଥାବାର୍ତା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେ କହିଛନ୍ତି ଯେ ଏହି ଦୁର୍ଭାଗ୍ୟଜନକ ରେଳ ଘଟଣାକୁ ସ୍ୱାଭାବିକ କରିବା ପାଇଁ ଆମ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଭାରତ ସରକାରଙ୍କ ଏନଡିଆରଏଫ, ବାୟୁସେନା, ସେନା ବାହିନୀ, ରେଳ ବିଭାଗର ଅଧିକାରୀ ଏବଂ ସହଯୋଗୀ ହୋଇଥିବା ସ୍ଥାନୀୟ ଜନସାଧାରଣ ଏବଂ ରାଜ୍ୟର ପ୍ରଶାସନିକ ଅଧିକାରୀ ମାନଙ୍କୁ ଧନ୍ୟବାଦ ।ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତଙ୍କୁ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିବା ବାଲେଶ୍ୱରର ସମାଜସେବୀ ଓ ଯୁବ ବନ୍ଧୁ ମାନଙ୍କୁ ସାଧୁବାଦ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *