ସରିଲା ଖରା ଛୁଟି, ଖୋଲିଲା ସ୍କୁଲ

Spread the love

ଓଡିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ ଗୁଡିକ ଖରା ଛୁଟି ପରେ ଆଜି ଖୋଲିଛି । ପୂର୍ବରୁ ସ୍କୁଲ ଗୁଡିକ ୧୯ ତାରିଖରେ ଖୋଲିବା ପାଇଁ ସ୍ଥିର ହୋଇଥିବାବେଳେ ପରେ ରାଜ୍ୟରେ ଲାଗିରହିଥିବା ଗ୍ରୀଷ୍ମ ପ୍ରବାହ ଯୋଗୁଁ ( ୨୧) ଆଜି ଖୋଲିବ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ  ।

ଆନ୍ୟ ପକ୍ଷରେ ଲାଗିରହିଥିବା ଗ୍ରୀଷ୍ମ ପ୍ରବାହ ଯୋଗୁଁ କିଛି ଜିଲ୍ଲାରେ ଆଜିବି ସ୍କୁଲ ଗୁଡିକ ଖୋଲିନି । ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଜିଲ୍ଲାର କ୍ରମେ ସମସ୍ତ ସ୍କୁଲ ଆସନ୍ତାକାଲି ଖୋଲିବାକୁ ନିଷ୍ପତ୍ତି ହୋଇଛି । । ଏହାସହ ଉଭୟ ଜିଲ୍ଲାରେ ୨୨ରୁ ୨୪ ଯାଏଁ ସକାଳୁଆ ପାଠପଢା ହେବ । ୬ଟାରୁ ୧୦ଟା ଯାଏଁ ହେବ ପାଠପଢା । ପରେ ୨୬ ତାରିଖରୁ ନିୟମିତ ପାଠପଢା ହେବାନେଇ ସୂଚନା ମିଳିଛି ।  

ସେହିପରି ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ରେ ୨୩ରେ ଓ ବଲାଙ୍ଗିରରେ ୨୨ରୁ ବିଦ୍ୟାଳୟ ଗୁଟିକ ଖୋଲିବ । ୨୩ ଓ ୨୪ ତାରିଖରେ ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ଚାଲିବ ସ୍କୁଲ । ପରେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ପାଠପଢ଼ା ହେବ । ବଲାଙ୍ଗିରରେ ୨୪ ଯାଏଁ ହେବ ସକାଳୁଆ କ୍ଲାସ ।

Leave a Reply

Your email address will not be published. Required fields are marked *