ବର୍ଷାଙ୍କ ମୁଣ୍ଡରେ ବିଜୟ ଶିରପା

Spread the love

ପଦ୍ମପୁର: ପଦ୍ମପୁରରେ ବିଜେଡିର ବାଜିମାତ୍। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟ କରିଛନ୍ତି ପଦ୍ମପୁରବାସୀ। ୪୨, ୧୦୬  ଭୋଟ୍‌ରେ ବର୍ଷା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ମୋଟ ୧ ଲକ୍ଷ ୧୯ ହଜାର ୫୧୨ଖଣ୍ଡ ଭୋଟ୍ ହାତେଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ୭୬ ହଜାର ୮୭୪ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୪୮ ଖଣ୍ଡ ଭୋଟ୍ ପାଇଛନ୍ତି ଓ ଅନ୍ୟାନ୍ୟ ଦଳ ହାତକୁ ଯାଇଛି ୩୩୬୩ ଭୋଟ।

ଭିଭିପାଟ୍ ମ୍ୟାଚିଂ ଚାଲିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆନୁଷ୍ଠାନିକ ବିଜୟ ଘୋଷଣା କରାଯାଇ ନାହିଁ।ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ମୋଟ ୨୩ ରାଉଣ୍ଡ ଗଣତିରେ ପ୍ରଥମ ରାଉଣ୍ଡରେ ବିଜେପି ଆଗୁଆ ରହିଥିବା ବେଳେ କିନ୍ତୁ  ରାଉଣ୍ଡ ବଢିବା ସହ ପଲଟି ଯାଇଥିଲା ରୂପରେଖ। ୫ମ ରାଉଣ୍ଡ ଗଣତି ଶେଷ ବେଳକୁ ପ୍ରଦୀପ ପୁରୋହିତଙ୍କ ଠାରୁ ବର୍ଷା ୮ ହଜାରରୁ ଅଧିକ ଭୋଟ୍‌ରେ ଆଗରେ ରହିଥିଲେ ଓ ବିଜେପିର ବିଜୟ ଆଶା ମଉଳିବା ଆରମ୍ଭ କରିଥିଲା।

୧୦ମ ରାଉଣ୍ଡ ଶେଷ ବେଳକୁ ବର୍ଷା ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ୧୯, ୪୨୫ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲେ। ୧୩ ରାଉଣ୍ଡ ଗଣତି ବେଳକୁ ବିଜେପି ପ୍ରାର୍ଥୀ ୪୦ ହଜାରରୁ ଅଧିକ ଭୋଟ୍‌ରେ ହାରିବା ରାଜନୀତିକ ସମୀକ୍ଷକମାନେ ଆକଳନ କରିସାରିଥିଲେ।

ତେବେ ଉପନିର୍ବାଚନରେ ବିଜେପି ହାରିଥିଲେ ମଧ୍ୟ ପ୍ରଦୀପ ତାଙ୍କ ୨୦୧୯ ବିଧାନସଭା ନିର୍ବାଚନ ଭୋଟରେ ସ୍ଥିର ରହିଛନ୍ତି। ୨୦୧୯ରେ ପ୍ରଦୀପ ପୁରୋହିତ ୭୭,୫୬୫ ଖଣ୍ଡ ପାଇଥିଲେ। ଏଥର ସେ ୭୬ ହଜାର ୮୭୪ ଖଣ୍ଡ ଭୋଟ୍ ପାଇଛନ୍ତି।

Leave a Reply

Your email address will not be published. Required fields are marked *