ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶଛୁଆଁ ପରିବା ଦର । ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପରିବା ଦର । ବର୍ଷା ଯୋଗୁଁ ପନିପରିବା ଦରରେ ବୃଦ୍ଧି ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ତେଜରାତି ସାମଗ୍ରୀ ପରେ ଏବେ ପରିବା ବଜାରରେ ମହଙ୍ଗା ମାଡ଼। ଦରବୃଦ୍ଧି ଯନ୍ତ୍ରଣା ଏବେ ଖାଉଟିଙ୍କୁ କଲବଲ କରୁଛି । ବଜାରରେ ଅଧିକାଁଶ ପରିବା ଦର ଏବେ ଶତକ ଛୁଇଁବାକୁ ବସିଲାଣି। ଟମାଟୋ କିଲୋ ୧୦୦, ବାଇଗଣ, ପୋଟଳ, ବିନ୍ସ, ଝୁଡଙ୍ଗ, କାକୁଡି ଆଦି ପରିବା ଦର ୮୦ ଟଙ୍କା ଉପରେ ରହିଛି । କୋବି ଦର ବି ୭୦ରୁ ୮୦ ଟଙ୍କା ରହିଛି । ଟମାଟୋ କିଲୋ ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦର ୧୦୦ ଟପିବ ବୋଲି ଆଶଙ୍କା କରାଯାଉଛି । ୫୦୦ ଟଙ୍କା ନେଇ ଗଲେ ମଧ୍ୟ ପରିବା ବ୍ୟାଗ ଫୁଲ ହେଉନାହିଁ । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି । ସେପଟେ କମ ଯୋଗାଣ ଦର ବୃଦ୍ଧିର ମୁଖ୍ୟ କାରଣ ବୋଲ କହିଛନ୍ତି ବ୍ୟବସାୟୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now