ମଣ୍ଡେଇରେ ପଲ୍ଲୀଶ୍ରୀ ମେଳା

Spread the love

ନବରଙ୍ଗପୁର:  ମଣ୍ଡେଇ ଲୋକ ମହୋତ୍ସବକୁ ନେଇ ନବରଙ୍ଗପୁର ଜିଲ୍ଲା ଚଳଚଞ୍ଚଳ । ଗୋଟିଏ ମଞ୍ଚରେ କଳା ଓ ସଂସ୍କୃତିର ପ୍ରଦର୍ଶନ କରାଇ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରିବା ଉଦେଶ୍ୟ ନେଇ ପ୍ରତ୍ୟେକ ବର୍ଷ ମଣ୍ଡେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି ନବରଙ୍ଗପୁର ରେ । ଚଳିତ ବର୍ଷ ମଧ୍ୟ ଏହାକୁ ମହାଆଡମ୍ବରରେ ପାଳନ କରାଯାଉଥିବାବେଳେ ପଲିଶ୍ରୀ ମେଳା ମିନା ବଜାର ଖାଦ୍ୟପେୟର ଅସାର ଲୋକଙ୍କୁ ଅଧିକ ଆକର୍ଷିତ କରିଛି ।

ଆରମ୍ଭ ହୋଇଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । କଳା ଓ ସଂସ୍କୃତି ମାଧ୍ୟମରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣର ଏହି ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଉଛି । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣାଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମାଁଙ୍କ ଆଜ୍ଞାମାଳ ନେଇ ଆରମ୍ଭ ହୋଇଛି ମଣ୍ଡେଇ ମହୋତ୍ସବ । ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀ କଳାକାରମାନଙ୍କ ପାରମ୍ପରିକ ନୃତ୍ୟର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରା ମଣ୍ଡେଇ ପଡ଼ିଆରେ ପହଞ୍ଚିଥିଲା । ସେଠାରେ ମଣ୍ଡେଇର ପ୍ରତୀକ ଭିମା ଭିମାଣୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପୂଜା ପରେ ଆରମ୍ଭ ହୋଇଥିଲା ମଣ୍ଡେଇ । ଆସନ୍ତା 14 ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହେବା ଆଶା କରାଯାଉଛି ।

ମଣ୍ଡେଇ ମଞ୍ଚରେ ତିନି ଦିନ ଧରି ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜ କଳା ପ୍ରଦର୍ଶନ କରିବେ। ତେବେ ଏହି ମଣ୍ଡେଇ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଲା ପଲ୍ଲୀଶ୍ରୀ ମେଳା । ଚଳିତ ବର୍ଷ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳାରେ ୩୫୦ଟି ଷ୍ଟଲ ନିର୍ମାଣ କରାଯାଇଛି । ସେଭଳି ସରକାରୀ ସଂସ୍ଥା ଗୁଡିକ ପକ୍ଷରୁ ଯୋଜନା ଗୁଡ଼ିକର ପ୍ରଦର୍ଶନୀ କରାଯାଇ ଲୋକଙ୍କୁ ଅବଗତ କରାଯାଉଛି । ଏହାସହ ଲୋକଙ୍କୁ ଅଧିକ ଆକର୍ଷଣ କରିବା ପାଇଁ ବିଭିନ୍ନ ଫୁଡ଼ ଷ୍ଟଲ ଓ ମିନାବଜାରର ଆୟୋଜନ କରାଯାଇଛି । ଏହି ପାଞ୍ଚ ଦିନ ଧରି ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ଉଠାଇବା ସହ ପଲିଶ୍ରୀ ମେଳାରେ ନିଜ ମନ ପସନ୍ଦର ଘରକରଣା ଜିନିଷ କିଣି ଖାଦ୍ୟପେୟର ଭରପୂର ଫାଇଦା ନେବେ ବୋଲି ପ୍ରଶାସନ ଅଶା ରଖିଛି ।

ଚାରି ଦିନ ଧରି ମଣ୍ଡେଇ ମହୋତ୍ସବକୁ ଉପଭୋଗ କରିବା ପାଇଁ ଦର୍ଶକ ଉତ୍ସାହିତ ଥିବାବେଳେ ମଣ୍ଡେଇ ରଙ୍ଗମଞ୍ଚ ମଧ୍ୟ ଲୋକଙ୍କୁ ଭରପୁର ମନୋରଞ୍ଜନ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛି । ରବି ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *