ରାଜେଶ କାଣ୍ଡିଙ୍କ ପାଇଁ ଅର୍ଥ ସାଜିଛି ବାଧକ

Spread the love

ଯାଜପୁର: ସଂସାର ଆରମ୍ଭ ହେବା ପୂର୍ବରୁ ମାଡି ଆସିଛି ବିପଦ । ବିବାହର ୪ ମାସ ନ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ବେଳେ ଯାଜପୁର ବିଂଝାରପୁର ବିତନା ଗାଁର ରାଜେଶ କାଣ୍ଡିଙ୍କ ପାଇଁ ଅର୍ଥ ସାଜିଛି ବାଧକ । ପାଖ ପଡୋଶୀଙ୍କ ଠାରୁ ଆର୍ଥିକ ସହଯୋଗ ନେଇ ଏବେ ଚିକିତ୍ସା ଚାଲୁଥିବା ବେଳେ କିଡନୀ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । କିନ୍ତୁ ଏଥିପାଇଁ ଏତେ ଅର୍ଥ କେଉଁଠୁ ଆସିବ ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ସେପଟେ ରାଜେଶଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

ବିତନା ଗାଁର ରାଜେଶ କାଣ୍ଡି । ସଂସାର ଆରମ୍ଭ ହେବା ପୂର୍ବରୁ ମାଡି ଆସିଛି ବିପଦ । ବିବାହର ୪ ମାସ ପରେ ସେ କିଡନି ରୋଗରେ ପିଡିତ। ଘର ସଂସାର ର ଜଞ୍ଜାଳ ବୁଝିବା ପୂର୍ବରୁ ରାଜେଶ ଏବେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ରାଜେଶ କର୍ମସଂସ୍ଥା ପାଇଁ ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିକ୍ଷା ନିରିକ୍ଷା ପରେ ସେ କିଡନି ରୋଗୀ ବୋଲି ଜଣାପଡିବା ପରେ ଏବେ ଘରେ ରହିଛନ୍ତି । ରାଜେଶ ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ଆଗକୁ ସଂସାର ରଥ କିଭଳି ଗଡିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ବାପା ମା ଆର ପାରିକୁ ଚାଲିଯାଇଛନ୍ତି । ଏଭଳି ସ୍ଥିତିରେ କିଭଳି ରାଜେଶଙ୍କ ଚିକିତ୍ସା ହେବ ତାକୁ ନେଇ ଚିନ୍ତାରେ ପରିବାର ଲୋକେ ।

ରାଜେଶ ଏବେ ନିଜର ଡାଏଲିସିସ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନା ନିୟମିତ ଯାଉଛନ୍ତି । ଏଥିପାଇଁ ମଧ୍ୟ ପରିବାର ଲୋକେ ବିଭିନ୍ନ ସାଂଗ ସାଥିଙ୍କୁ ଧରି ଚିକିତ୍ସାକରିବା ପାଇଁ ବିଭିନ୍ନ ଆଡକୁ ଯାଉଛନ୍ତି । କେତେ ଦିନ ଏଭଳି ଚିକିତ୍ସା ଚାଲିବ ଆଉ କେବେ ରାଜେଶ ସୁସ୍ଥ ହେବେ । ଡାକ୍ତରଙ୍କ କହିବା କଥା କେବଳ କିଡନି ପ୍ରତିରୋପଣ ହେଲେ ରାଜେଶ ସୁସ୍ଥ ହୋଇପାରିବେ । ଏଥିପାଇଁ ବହୁତ ଟଙ୍କାର ଆବଶ୍ୟକତା ରହିଛି । ତାଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଗ୍ରାମବାସୀ ପକ୍ଷରୁ ନିବେଦନ କରାଯାଇଛି । ସେପଟେ ରାଜେଶଙ୍କୁ ସହାୟତା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଯାଜପୁରର ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ସରକାରୀ ନିୟମ ମୁତାବକ ସହାୟତା ଯୋଗାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଯଦି ଆପଣ ରାଜେଶଙ୍କୁ କୌଣସି ଆର୍ଥିକ ସହାୟତା କରିବାକୁ ଚାହୁଁଛନ୍ତି ତା ହେଲେ ଆପଣ ତାଙ୍କ ପୋଂନ ପେ ନମ୍ବର ୮୧୧୭୮୧୨୬୦୪ ରେ ଆର୍ଥିକ ସହାୟତା କରିପାରିବେ । ଆର୍ଥିକ ସହାୟତା ମିଳିଲେ ସେ ସଂପୁର୍ଣ୍ଣ ସୁସ୍ଥ ହୋଇପାରିବେ ।

ହିମାଂଶୁ କୁମାର ପାଢ଼ୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *