ଏପ୍ରିଲ ୧୧ରେ ବିଶ୍ୱ ଛେନାପୋଡ଼ ଦିବସ

Spread the love

NAY_CHENA PODA

()  ଏପ୍ରିଲ ୧୧ରେ ବିଶ୍ୱ ଛେନା ଦିବସ। ଆଉ ଛେନାପୋଡ଼ ପାଇଁ ଖ୍ୟାତି ଅର୍ଜନ କରିଥିବା ନୟାଗଡ଼ ଜିଲ୍ଲାରେ ଏହାକୁ ନେଇ ବେଶ୍ ଉତ୍ସାହ। ବିଶେଷ କରି ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବାକୁ ପ୍ରଶାସନିକ ସ୍ତରରେ ବି ସଜବାଜ ଆରମ୍ଭ ହୋଇଗଲାଣି।
ନୟାଗଡ ଛେନାପୋଡ଼। କେବଳ ରାଜ୍ୟ ଭିତରେ ଏହାର ଚାହିଦା ସୀମିତ ରହିନି। ବରଂ ଦେଶ ବିଦେଶରେ ବି ଏହା ବେଶ୍‌ ନାଁ ଅର୍ଜନ କରିଛି। ଏପ୍ରିଲ ୧୧କୁ ବିଶ୍ୱ ଛେନା ଦିବସ ଭାବେ ପାଳନ କରାଯାଏ। ଆଉ ଛେନାପୋଡ଼ ଲାଗି ବେଶ୍ ଖ୍ୟାତି ଅର୍ଜନ କରିଥିବା ନୟାଗଡ଼ରେ ଏହାକୁ ଏଥର ଧୁମଧାମରେ ପାଳିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଛେନାର ଆଦର ଚାହିଦାକୁ କେବଳ  ନୟାଗଡ଼ରେ ସୀମିତ ରଖିନାହାନ୍ତି ଦୋକାନୀ

ପୋଡ଼ ର ସ୍ୱତନ୍ତ୍ର ପରିଚୟ ପାଇଁ ନୟାଗଡ ଜ଼ିଲ୍ଲା ବାସି ଏହାକୁ GI ଟ୍ୟାଗ ମାନ୍ୟତା ଦେବାକୁ ଜ଼ିଲ୍ଲାପାଳ ଙ୍କୁ ଦାବି ପ୍ରଦାନ କରିଥିଲେ l GI ଟ୍ୟାଗ ମାନ୍ୟତା ପାଇବା ପାଇଁ ପ୍ରଶାସନ ସ୍ତରରେ ସଜବାଜ ଆରମ୍ଭ ହୋଇଯାଇଛି l ଅପ୍ରେଲ ୧୧ ତାରିଖରେ ଜ଼ିଲ୍ଲା ପ୍ରଶାସନ ସମସ୍ତ ଅଫିସ ରେ ପୋଡ଼ କାଟି ପୋଡ଼ ଦିବସ ପାଳନ କରିବ। ନୟାଗଡ ଦୁର୍ଗା ମଣ୍ଡପ ଠାରେ ଜ଼ିଲ୍ଲାବାସୀ ପୋଡ଼ ଦିବସ ପାଳନ କରିବେ l

GI ଟ୍ୟାଗ ମାନ୍ୟତା ପାଇଲେ ନୟାଗଡ ପୋଡ଼ର ଦେଶ ବିଦେଶରେ ଚାହିଦା ବଢ଼ନ୍ତା।

ଦେବବ୍ରତ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *