ବାଲିଯାତ୍ରା ଆରମ୍ଭରୁ ଅଘଟଣ

Spread the love

କଟକ: ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ କିନ୍ତୁ ପ୍ରଥମ ଦିନରୁ ହିଁ ଘଟିଯାଇଛି ଅଘଟଣ। ଗଡଗଡିଆ ଘାଟରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କ ଘର ବିହାରରେ ଓ ସେ ବାଲିଯାତ୍ରାରେ ବେପାର ବାଣିଜ କରିବାକୁ ଆସିଥିଲେ। ନିଖୋଜଙ୍‌କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆଜିଠାରୁ ପରମ୍ପରା ଅନୁଯାୟୀ କଟକରେ ଆରମ୍ଭ ହେଉଛି ବାଲିଯାତ୍ରା। ହେଲେ ବାଲିଯାତ୍ରାର ପ୍ରଥମ ସକାଳୁ ଗଡଗଡିଆ ଘାଟରେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ବାଲିଯାତ୍ରାରେ ଖେଳନା ଦୋକାନ ଦେବାକୁ ଆସିଥିଲେ। ଆଜି ସକାଳୁ ଯୁବକ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ନିଖୋଜ ଅଛନ୍ତି। ଯୁବକଙ୍କ ଘର ବିହାର। ବାଲିଯାତ୍ରାରେ ଖେଳନା ବିକି ଭଲ ଦି ପଇସା ରୋଜଗାର କରିବାର ସେ ବାଲିଯାତ୍ରାକୁ ଆସିଥିଲେ।

ସୂଚନା ପାଇ ଅଗ୍ନିଶମ ବାହିନୀ, ପୁଲିସ ଘାଟରେ ପହଞ୍ଚିଛନ୍ତି। ନିଖୋଜ ଯୁବକଙ୍‌କ ଖୋଜା ଜାରି ରଖିଛି ଅଗ୍ନିଶମ ବାହିନୀ। ପ୍ରଥମ ଦିନରୁ ଏପରି ଘଟଣା ଘଟିବାରୁ ବ୍ୟବସାୟୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *