ପ୍ରେମପାଇଁ  ଜୀବନ ହାରିଲେ ଯୁବ ଇଞ୍ଜିନିୟର

ରାଜଧାନୀ ଭୁବନେଶ୍ବରରେ ଘଟିଛି ଅଭାବନୀୟ ଘଟଣା୮ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଭୁବନେଶ୍ବର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା ୮ ମହଲା କୋଠାରୁ ଡେଇଁ ଜୀବନ ହାରିଛନ୍ତି  । ରୋନିତଙ୍କ ବୟସ ୨୩ ବର୍ଷ । ପ୍ରେମରେ ବିଫଳ  ହେଇ  ମାନସିକ ସ୍ତରରେ ଭାଙ୍ଗି ପଡିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ରନି ଙ୍କ ବାପା ନବ କୁମାର ଜେନା ଏ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି।  ଅଭିଯୋଗ ଅନୁଯାୟୀ, ରନିତ ବ୍ରହ୍ମପୁର ରେ ଇଞ୍ଜିନିୟରିଙ୍ଗ ପଢ଼ିବା ସମୟରେ  ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା। ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ସେ ବହନ କରୁଥିଲେ । କୌଣସି କାରଣରୁ ଉଭୟଙ୍କ ଭିତରେ ଝଗଡ଼ା ହେଉଥିଲା ଓ ପରେ  ବିଚ୍ଛେଦ ହେଇଥିଲା । ଯାହାକୁ ନେଇ ରନିତ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆତ୍ମହତ୍ୟା ପୂର୍ବରୁ ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏଥିସହ ମୃତ୍ୟୁ ପୂର୍ବରୁ ରୋନିତଙ୍କ ଶେଷ ଚିଠି ମଧ୍ୟ ମିଳିଛି । ଯେଉଁଥିରେ  ବାପା ମାଆଙ୍କୁ କ୍ଷମା ମାଗିଛନ୍ତି ରୋନିତ ।  ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଉକ୍ତ ଯୁବତୀ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *