ଅପରାଧ

୧୧ ଜଣିଆ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର : ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଚଡ଼ି ଗଞ୍ଜି ପିନ୍ଧି ଚୋରି କରୁଥିବା ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ ଓ ଧଉଳି ଥାନା ପୋଲିସ । ଧଉଳି ଅଞ୍ଚଳରୁ ଧରା ହୋଇଛନ୍ତି ଏହି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ କେତେକ ଘର ଭାଙ୍ଗିବା ପାଇଁ ବ୍ୟବହୃତ ଜିନିଷ ଜବତ ହୋଇଛି । ଜାମସେଦପୁର ଓ ଦିଲ୍ଲୀରୁ ଲୋକ ଆସି ଲୁଟ ସାମଗ୍ରୀ ନିଅନ୍ତି । ରାଜସ୍ଥାନ, ଛତିଶଗଡ଼ ଓ ଝାରଖଣ୍ଡରୁ ଆସି ଏମାନେ ଏମିତି ଲୁଟ କରନ୍ତି । ରାଜଧାନୀର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଅନେକ ମାମଲା ରହିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଏମାନେ ଦୀର୍ଘ ଦିନ ଧରି ଚଡ଼ି ଗଞ୍ଜି ପିନ୍ଧି ରାତିରେ ଘରେ ପଶି ଲୁଟ କରୁଥିଲେ । ଗୋଟେ ରାତିରେ ଦୁଇରୁ ତିନୋଟି ଘରେ ଲୁଟ କରୁଥିଲେ । ଏମାନେ ଦିନ ବେଳେ ରେକି କରନ୍ତି ଓ ରାତିରେ ଲୁଟ କରନ୍ତି । ଅଟୋ କିମ୍ବା ଟ୍ରେନରେ ଯାତ୍ରା କରି ବିଭିନ୍ନ ସ୍ଥାନକୁ ଯାଆନ୍ତି ଓ ଘରେ ପଶି ଲୁଟ କରନ୍ତି । ଲୋକ ଶୋଇଥିବା ବେଳେ ଶୋଇବା ରୁମ ଆଗ ଲକ କରନ୍ତି, ତା ପରେ ଅନ୍ୟ ରୁମରେ ଲୁଟ କରନ୍ତି । ରାସ୍ତା କଡ଼ ଘର କିମ୍ବା ରେଳ ଲାଇନ କଡ଼ ଘରକୁ ଟାର୍ଗେଟ କରନ୍ତି ।

Related Articles

Leave a Reply

Your email address will not be published.

Back to top button