ରାଜନୀତି

ନୂଆ ସଂସଦ ଭବନ ଉଦଘାଟନ କୁ ନେଇ ବିବାଦ କରିବା ଠିକ ନୁହେଁ – ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର : ନୂଆ ସଂସଦ ଭବନ ଉଦଘାଟନ କୁ ନେଇ ବିବାଦ କରିବା ଠିକ ନୁହେଁ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିବାଦ କୁ ନ ଯାଇ ଭଲ କାମ ରେ କେନ୍ଦ୍ର କୁ ସମର୍ଥନ କରି ଆସିଛନ୍ତି । ଉଦଘାଟନ କିଏ କରିବ ସେ ପ୍ରସଙ୍ଗ ଅଲଗା କଥା । କିନ୍ତୁ ଏହାକୁ ନେଇ ରାଜନୀତି କରିବା ଅନୁଚିତ । ନୂଆ ସଂସଦ ଭବନ ଗୋଟେ ଭଲ କାର୍ଯ୍ୟକ୍ରମ ହୋଇଛି ତେଣୁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି । ଆମର ସମସ୍ତ ସାଂସଦ ଯାଇ କାର୍ଯ୍ୟକ୍ରମ ରେ ଭାଗ ନେବେ । ଅନ୍ୟ ବିରୋଧୀ ମାନେ ବି ଏହାକୁ ନେଇ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶ ଉପରେ ବିଶ୍ୱାସ କରନ୍ତି । ଅନ୍ୟ ଦଳ ମାନେ ଆରୋପ ପ୍ରତ୍ୟାରୋପ ରାଜନୀତି କରନ୍ତି । ଆମେ ସବୁବେଳେ କେନ୍ଦ୍ର କୁ ପ୍ରସଙ୍ଗ ଭିତିକ ସମର୍ଥନ ଦେଇଛୁ । ବିଜେଡି କେବେ ବି ବିଜେପି ସହ ନାହିଁ । କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ମିଥ୍ୟା ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button