Balangir

୧୨ ଖଣ୍ଡ ଗ୍ରାମରେ ସାତ ଦିନ ହେଲା ବିଦ୍ୟୁତ ନାହିଁ, ଲୋୟର ସୁକତେଲ ପ୍ରକଳ୍ପ ବାହାରୁ ଲୋଇସିଂହା ପଟୁ ଆଜି ବିଦ୍ୟୁତ ଦେବାକୁ ଆନ୍ଦୋଳନ

ବଲାଙ୍ଗିର : ଲୋୟର ସୁକତେଲ ପ୍ରକଳ୍ପ ଭିତର ଦେଇ ଯାଇଥିବା ଚୁଡ଼ାପାଲି ଫିଡର୍ ରୁ ୧୧ କେଭି ଲାଇନ ଖୁଣ୍ଟଗୁଡିକ ପାଣିରେ ବୁଡ଼ିଥିବା ବେଳେ ୭ ଦିନ ହେଲା ୩ଟି ପଞ୍ଚାୟତର ୧୨ ଖଣ୍ଡ ଗ୍ରାମ ଅନ୍ଧକାର ଭିତରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଆଜି ସଂପୃକ୍ତ ଗ୍ରାମର ଲୋକମାନେ ଲୋଇସିଂହା ବିଧାୟକ ଡଃ. ମୁକେଶ ମହଲିଙ୍ଗଙ୍କ ସହିତ ଆନ୍ଦୋଳନରେ ରାଲିରେ ବାହାରି ସହର ରାସ୍ତାରେ ଯାଇ ଜିଲ୍ଲାପାଳଙ୍କୁ ଆଜି ହିଁ ଲୋଇସିଂହା ପଟୁ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି କରିଛନ୍ତି । ଯଦ୍ଵାରା ପାନୀୟ ଜଳ, ଅନ୍ୟ ଅସୁବିଧା ଦୂର ହୋଇପାରିବ।

ଏହି ଶୋଭାଯାତ୍ରାରେ ରେଙ୍ଗାଲି ସରପଞ୍ଚ ସୋଭାଗିନି ରାଉତ, ରତାଖଣ୍ଡି ସରପଞ୍ଚ ହିମାଚଳ ମେହେରଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button