ସୁଭଦ୍ରା ଯୋଜନାକୁ ନେଇ ପ୍ରତି ଦିନ ନୂଆ ନୂଆ ପ୍ରତିକ୍ରିୟା ଦେଉଛନ୍ତି ମନ୍ତ୍ରୀ।କିନ୍ତୁ ଯୋଜନା ମୂଳରୁ ହିଁ ତ୍ରୁଟିପୂର୍ଣ୍ଣ । ଯୋଜନାକୁ ଲୋକ ଦେଖାଣିଆ କରିବା ପାଇଁ ତରବର ଭାବେ ମନ୍ତ୍ରୀ ପ୍ରତିକ୍ରିୟା ଦେଉଛନ୍ତି । ଯୋଜନା ରେ ୧୫୭ ଜଣ ପୁରୁଷ ଆବେଦନ କରିବା ହିଁ ସ୍ପଷ୍ଟ କରୁଛି ଯେ ସରକାରଙ୍କ ଆବେଦନ ପ୍ରକ୍ରିୟାରେ ହିଁ ଭୁଲ ରହିଛି । ସେହି ପରି ୫ଲକ୍ଷ ଅଯୋଗ୍ୟ ହିତାଧୀକାରୀ ରାସନ୍ କାର୍ଡ ହାତେଇଛନ୍ତି । ସେମାନଙ୍କୁ କିଏ ଯୋଗ୍ୟ ଭାବି କାର୍ଡ ଦେଇଥିଲା । ଯେଉଁ ଗାଇଡଲାଇନ ଅନୁସାରେ ଯୋଜନା କାର୍ଯ୍ୟକାରୀ ହେବା କଥା ତାହା ହେଉନାହିଁ । ସେପରି ତୃତୀୟ ଲିଙ୍ଗି ଙ୍କୁ ଏହି ଯୋଜନା ରୁ ବାଦ୍ ଦିଆଯାଇଛି । ଏହା ଅତନ୍ତ୍ୟ ଦୁଃଖ ର କଥା କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now