ଆକ୍ସନମୋଡରେ ଶିଳ୍ପମନ୍ତ୍ରୀ

Spread the love

ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରତି ବିଭାଗୱାରୀ ସମୀକ୍ଷା ଚାଲିଛି । ଏସବୁ ଭିତରେ ଆକ୍ସନମୋଡକୁ ଆସିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଦାୟିତ୍ୱ ନେବା ପରେ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପମନ୍ତ୍ରୀ ।  ରାଜ୍ୟରେ ଶିଳ୍ପକ୍ଷେତ୍ରର ଷ୍ଟାଟସ୍ କଣ ? ରାଜ୍ୟରେ ଶିଳ୍ପ ପାଇଁ କେତେ ଜମି ବିକାଶ କରାଯାଇଛି ? କେତେ ଭିତ୍ତିଭୂମି ବିକାଶ ହୋଇଛି ? କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି ? କେତେ ଶିଳ୍ପ ପ୍ରତିଷ୍ଠା ହୋଇଛି ? କେତେ ଶିଳ୍ପ ବନ୍ଦ ହୋଇଛି ? ଆଉ କେତେ ଶିଳ୍ପ କେଉଁ କାରଣରୁ ହୋଇପାରିନି ? ଇଡକୋରୁ ସେସବୁ ରିପୋର୍ଟ ଆସିବା ପରେ ତାହାର ଅନୁଧ୍ୟାନ କରି ଆଗାମୀ କାର୍ଯ୍ୟପନ୍ଥା ନିଆଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ।

ଏହାସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ନୂଆ ସରକାର ଲୋକଙ୍କ ସରକାର । ରାଜ୍ୟରେ ଅନେକ ଶିଳ୍ପର ସମ୍ଭାବନା ରହିଛି । ଏଠାରେ ଫାର୍ମା ପାର୍କ ନାହିଁ, ଅଟୋମୋବାଇଲ ଶିଳ୍ପ ନାହିଁ । ସୌରଶକ୍ତି ନେଇ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆଗକୁ ରାଜ୍ୟରେ ଏସବୁ ଶିଳ୍ପର ବିକାଶ ପାଇଁ କାମ କରିବେ ନୂଆ ସରକାର । ରାଜ୍ୟରେ କିଭଳି ଅଧିକ ପୁଞ୍ଜିନିବେଶ ଆସିବ, ବିଭିନ୍ନ ଶିଳ୍ପ ଆସିବ, ସେଥିପାଇଁ ପ୍ରୟାସ କରାଯିବ । ଏଥିପାଇଁ ଶାସନ ନୀତିରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରାଯିବ । ରାଜ୍ୟ ଶିଳ୍ପ କ୍ଷେତ୍ରରେ କିଭଳି ବିକାଶ କରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି ।

Leave a Reply

Your email address will not be published. Required fields are marked *