ଆମକୁ ଦୁର୍ବଳ ଭାବିବନି: ଜଗନମୋହନ ରେଡ୍ଡୀ

Spread the love

ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବାକୁ ପଛାଇବୁନି। ଯଦି ପ୍ରସଙ୍ଗ ଆନ୍ଧ୍ର ଓ ଦେଶର ସ୍ୱାର୍ଥ ଉଦ୍ଦିଷ୍ଟରେ ଥିବ, ତାହେଲେ ସଂସଦରେ ସମର୍ଥନ କରିବାକୁ ଓ୍ୱାଇଏସଆରସିପି ପଛାଇବନି ବୋଲି କହିଛନ୍ତି ଏହାର ସୁପ୍ରିମୋ ଜଗନମୋହନ ରେଡ୍ଡୀ। ହେଲେ ଓ୍ୱାଇଏସଆର କଂଗ୍ରେସକୁ ଦୁର୍ବଳ ବୋଲି ଭାବନି ବୋଲି ବି ଚେତାଇ ଦେଇଛନ୍ତି ଜଗନ୍।

 ଏବେ ବି ରାଜ୍ୟସଭାରେ ଦଳର ୧୧ ଏମପି ଓ ଲୋକସଭାରେ ୪ ଏମପି ଅଛନ୍ତି। ଅର୍ଥାତ୍ ଦଳର ସାଂସଦ ସଂଖ୍ୟା ୧୫। ଯେବେକି ଶାସକ ଦଳ ଟିଡିପିର ୧୬ ସାଂସଦ ଅଛନ୍ତି। ସେଥିଲାଗି ଓ୍ୱାଇଏସଆର ଟିଡିପି ସହ ସମାନ ଶକ୍ତିଶାଳୀ। କେହି ଆମକୁ ଛୁଇଁ ପାରିବେନି ବୋଲି କହିଛନ୍ତି ଜଗନମୋହନ। ଆମକୁ ସାହାସର ସହ ଛିଡ଼ା ହେବାକୁ ପଡ଼ିବ ଓ ଲୋକଙ୍କ ସହ ରହିବାକୁ ହେବ। ଦଳୀୟ ସାଂସଦଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଲୋଚନା ବେଳେ ଏଭଳି କହିଛନ୍ତି।

Leave a Reply

Your email address will not be published. Required fields are marked *