ଏନଡିଏ ନେତା ନିର୍ବାଚିତ କରିଥିବାରୁ ଧନ୍ୟବାଦ ଦେଲେ ମୋଦୀ । କହିଲେ ଏମିତି କଥା !

Spread the love

 ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ନୂଆକରି ବିଜୟୀ ହେଇ ଆସିଥିବା ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଆଉ କହିଛନ୍ତି , ଏହା ତାଙ୍କର ସୌଭାଗ୍ୟ, ସର୍ବସମ୍ମତି କ୍ରମେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି ।

ସେହିପରି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ମୋଦୀ ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂରା ଦେଶର ସେବା କରିବାକୁ ଯାଉଛନ୍ତି । ପୂରା ଭରସା ରହିଛି, ଯାହା କିଛି ବି କାମ ବଳକା ରହିଛି ତାହାକୁ ପୂରା କରିବେ । ବିହାରର ସମସ୍ତ କାମକୁ ପୂରା କରିବେ । ଆମେ ସବୁଦିନ ମୋଦୀଙ୍କ ସାଥୀରେ ରହିବୁ । ଆମେ ଦେଖିଛୁ କିଛି ଲୋକ ଏଥର ଜିତି ଯାଇଛନ୍ତି କିନ୍ତୁ ଆଗାମୀ ଥର ଯେତେବେଳେ ଆସିବୁ ସମସ୍ତଙ୍କୁ ହରାଇ ଆସିବୁ । ବିରୋଧୀ ଦେଶ ପାଇଁ ଆଜି ଯାଏଁ କୌଣସି କାମ କରିନାହାନ୍ତି । ଦେଶ ବହୁତ ଆଗକୁ ବଢିବ, ବିହାରର ସବୁ କାମ ପୂରା ହୋଇଯିବ ।

ସେହିଭଳି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ବହୁମତ ହାସଲ କରିଥିବାରୁ ସମସ୍ତଙ୍କୁ ଶୁଭକାମନା । ନିର୍ବାଚନ ସମୟରେ ୩ ମାସ ପ୍ରଧାନମନ୍ତ୍ରୀ ମୋଦୀ ଟିକିଏ ବି ବିଶ୍ରାମ କରିନାହାନ୍ତି । ଦିନରାତି ପ୍ରଚାର କରିଛନ୍ତି । ଯେଉଁ ଭାବନା ସହ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ ସେହି ଭାବନା ସହ ପ୍ରଚାର ଶେଷ ମଧ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶରେ ୩ଟି ସଭା ଓ ଗୋଟିଏ ବଡ ରାଲି କରିଥିଲେ । ଯାହା ଜରିଆରେ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଜିତିବା ସହଜ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ କାମ କରନ୍ତୁ, ଆମର ପୂରା ସମର୍ଥନ ରହିବ । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ ଦେଶକୁ ବିଶ୍ୱ ଶକ୍ତି ଭାବେ ଉଭା କରିଛନ୍ତି । ଦେଶର କାୟାକଳ୍ପ ବଦଳାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗୌରବ ବିଦେଶରେ ବୃଦ୍ଧି କରିଛନ୍ତି । ଭାରତ ପାଖରେ ସଠିକ୍ ସମୟରେ ସଠିକ୍ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ ରହିଛନ୍ତି । ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ।

Leave a Reply

Your email address will not be published. Required fields are marked *