କିଏ ହେବେ ମୁଖ୍ୟ ଶାସନ ସଚିବ ?

Spread the love

ରାଜ୍ୟରେ ନୂଆ ସରକାର ଗଠନ ସହ ଉଚ୍ଚ ପଦ ପଦବୀରେ ପରିବର୍ତ୍ତନ ନେଇ ସମାନ୍ତରାଳ ଚର୍ଚ୍ଚା ଆରମ୍ଭ ହୋଇଛି। ସମସ୍ତଙ୍କ ଲକ୍ଷ ଏବେ ମୁଖ୍ୟ ଶାସନ ସଚିବ ପଦ ଉପରେ କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ସେ ନେଇ ମାନସ ମନ୍ଥନ ଆରମ୍ଭ ହୋଇଛି।ସବୁଠୁ ଚର୍ଚ୍ଚିତ ନାମ ଭାବେ ମନୋଜ ଆହୁଜାଙ୍କ ନାଁ ଆଲୋଚନା ହେଉଛି।ବିଶେଷ କରି କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ମନୋଜଙ୍କୁ ଓଡିଶା ଫେରିବାକୁ ଅନୁମତି ଦେଇଥିବାରୁ ଏହି ଚର୍ଚ୍ଚା ଜୋରଦାର ହୋଇଛି।୧୯୯୦ ବ୍ୟାଚର ଆଇଏଏସ ମନୋଜ ଏବେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସମ୍ଭବତ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି।ମନୋଜଙ୍କ ଛଡା ଏହି ରେସରେ ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁ ଓ ଅନୁ ଗର୍ଗଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।ମନୋଜ ଆସନ୍ତା ଡିସେମ୍ବର ମାସରେ ଅବସର ନେବେ।

Leave a Reply

Your email address will not be published. Required fields are marked *