ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଦିତ୍ୟ ମହାପାତ୍ର

Spread the love

ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଦିତ୍ୟ ମହାପାତ୍ର । ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଓଏଏସ୍ ଆଦିତ୍ୟ ମହାପାତ୍ର। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ ।ସେ ଆଇଆଇଟି କାନପୁରରୁ ଏମଟେକ ଏବଂ ଆଇଆଇଟି ଖଡଗପୁରରୁ ଏମବିଏ କରିଛନ୍ତି । ବିରୋଧୀ ଦଳ ନେତା ଭାବେ ନବୀନଙ୍କ ବ୍ୟକ୍ତିଗତ ସଚିବ ହୋଇଛନ୍ତି ବରିଷ୍ଠ ଅଧିକାରୀ ଆଦିତ୍ୟ ମହାପାତ୍ର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ସୁଚନା ଅନୁଯାୟୀ , ନବୀନ ପଟ୍ଟନାୟକ ଯେତବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତବେଳେ ଆଇଏଏସ କାର୍ତ୍ତିକ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ୨୦୨୪ ନିର୍ବାଚନରେ ବିଜେଡଜି ଶୋଚନୀୟ ପରାଜୟ ପରେ ୨୪ ବର୍ଷର ଶାସନ ଭାଙ୍ଗି ଯାଇଛି । ଏବେ ରାଜ୍ୟରେ ଭାଜପା ସରକାର ଗଢିଛି ।

Leave a Reply

Your email address will not be published. Required fields are marked *