ନୂଆ ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା

Spread the love

ନିକଟରେ ଯାହା ଚର୍ଟ୍ଟା ହେଉଥିଲା, ତାହା ସତ ହୋଇଛି। ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ଆହୁଜା । ଆହୁଜା କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ସଚିବ ଭାବେ କାମ କରୁଥଲେ ।

ହେଲେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଆଣିବାକୁ ଅନୁରୋଧ କରାଯାଇଥିଲା । ଏହାପରେ ତାଙ୍କ ଓଡିଶା ଫେରିବାକୁ ଅନୁମତି ମଧ୍ୟ ଦିଆଯାଇଥିଲା । ଏହାପରେ ସେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେଇପାରନ୍ତି ବୋଲି ଚର୍ଚ୍ଚା ହେଇ ଆସୁଥିଲା । ଆଉ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।

ତେବେ ମନୋଜ ଆହୁଜା ତାଙ୍କ କ୍ୟାରିୟରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାମ କରିସାରିଛନ୍ତି । କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଏବଂ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ ସେ କାମ କରିସାରିଛନ୍ତି । ଏହାସହିତ ଓଡିଶାର ଇସ୍ପାତ ଓ ଖଣି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଏବଂ ସଚିବ ଭାବେ ସେ କାମ କରିଛନ୍ତି । ତା ସହିତ ସେ ଶିକ୍ଷା ମନ୍ତ୍ରାଳୟରେ ସିବିଏସଇ ଚେୟାରମ୍ୟାନ୍ ଭାବେ ମଧ୍ୟ କାମ କରିଛନ୍ତି ।

ସେପଟେ ମନୋଜ ଆହୁଜା ନିଯୁକ୍ତି ସହ ପ୍ରଦୀପ ଜେନାଙ୍କୁ ଅବସର । ପ୍ରଦୀପ ଜେନାଙ୍କୁ ସରକାରୀ ଚାକିରିରୁ ଅବସର ଦେଲେ ସରକାର

Leave a Reply

Your email address will not be published. Required fields are marked *