ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଆଗାମୀ ଆକଳନ ଅନୁଯାୟୀ ୨୦୨୩-୨୪ ରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ଏହି ଅଭିବୃଦ୍ଧି ହାର ୨୦୨୨-୨୩ ରେ ୭.୯ ପ୍ରତିଶତ ଥିଲା । ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଓଡ଼ିଶାର ମୁଣ୍ଡପିଛା ଆୟ ୧ଲକ୍ଷ ୬୧ ହଜାର ୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଭାରତର ମୁଣ୍ଡପିଛା ଆୟ ୧ଲକ୍ଷ ୮୪ ହଜାର୨୦୫ ଟଙ୍କା ଠାରୁ ୧୨.୪ % କମ୍ ।

୨୦୨୩-୨୪ ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ୨୦୨୩-୨୪ରେ ମୋଟ ରାଜ୍ୟ ସଂଯୋଗିତ ମୂଲ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅବଦାନ ୨୦.୪ ପ୍ରତିଶତ ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *