ହାରିଗଲେ ହିରୋଇନ, ବଡ଼ଚଣାରେ ଫୁଟିଲା ଫୁଲ

Spread the love

ବିଜେଡି ଗଡରେ ଫୁଟିଲା ଫୁଲ । ବର୍ଷା ହାରିଲେ ବଡଚଣା ବାଜି । ବଡଚଣାରେ କାମ ଦେଲାନି ବିଜେଡିର ସେଲିବ୍ରିଟି କାର୍ଡ । ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ବର୍ଷାଙ୍କୁ ପଛରେ ପକାଇ ଅମରଙ୍କ ଗାଡି ଆଗେଇ ଯାଇଥିଲା । ଆଉ ଶେଷରେ ସେ ବିଜୟୀ ଲାଭ କରିଛନ୍ତି ।ତେବେ ବଡଚଣା ଟିକେଟକୁ ନେଇ ବିଜେଡିରେ ଝଡ ଉଠିଥିଲା । ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କୁ ଟିକେଟ୍ ନଦେଇ ବର୍ଷାଙ୍କୁ ଦେବା ପରେ କନ୍ଦଳ ଲାଗି ରହିଥିଲା । ପରେ ଅମରଙ୍କୁ ବୁଝାଇ ଦେଇଥିଲେ ମଧ୍ୟ ବର୍ଷା ଏଥରର ବାଜି ଜିତି ପାରି ନାହାନ୍ତି ।

×

Leave a Reply

Your email address will not be published. Required fields are marked *