୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶୃତି ପ୍ରତାରଣା ନହେଉ ; ପ୍ରତାପ ଦେବ

Spread the love

ରାଜ୍ୟରେ ବିଜେପି ସରକାର ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିବାକୁ ପ୍ରାଥମିକତା ଦିଆଯିବ ବୋଲି ମୋହନ ସରକାର ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ଆଜି ବିଜେଡି ପ୍ରତିକ୍ରିୟା ରଖିଛି । ଏବଂ ମାଗଣା ବିଜୁଳି କଥା ବିଜେପିକୁ ମନେ ପକେଇଲା ବିଜେଡି। ନିର୍ବାଚନ ପ୍ରଚାର ସମୟରେ ବିଜେପି ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପ୍ରତାରଣା ରେ ପରିଣତ ନ ହେଉ। ବିଜେଡ଼ି ପକ୍ଷରୁ ସରକାରଙ୍କୁ ଆମେ ମନେ ପକେଇ ଦେଉଛୁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ସେପଟେ ଏହାକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା।ସେମାନେ ବୋଧହୁଏ ଇସ୍ତାହାରକୁ ଠିକ ଭାବେ ପଢି ନାହାନ୍ତି । କେନ୍ଦ୍ର ବଜେଟ ଆସିଲା ପରେ ଏହା କାର୍ଯ୍ୟକାରୀ ହେବ ।ମୋଦି ଯାହା କୁହନ୍ତି ତାହା କରନ୍ତି ।ମୋଦି ସରକାରରର ତୃତୀୟ ପାଳିର ଯେଉଁ ପ୍ରଥମ ବଜେଟ ହେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କା ଦିଆଯିବ ଓ ସେମାନେ ସୋଲାର ସିଷ୍ଟମ ମାଧ୍ୟମରେ ବ୍ୟବହାର କରିବେ। ଯେଉଁ ବିଜୁଳି ଲୋକଙ୍କର ବଳି ପଡ଼ିବ ସୋଲାର ସିଷ୍ଟମରେ ତାକୁ ସରକାର କିଣିବେ ଓ ସେ ବ୍ୟକ୍ତିଙ୍କୁ ଟଙ୍କା ମିଳିବ।କେନ୍ଦ୍ର ବଜେଟ ଆସିଲା ପରେ ଏହା କାର୍ଯ୍ୟକାରୀ ହେବ।

Leave a Reply

Your email address will not be published. Required fields are marked *