କୃଷକ ପୁଅକୁ ବିବାହ କଲେ ମିଳିବ 2 ଲକ୍ଷ

Spread the love

କର୍ଣ୍ଣାଟକ: ଚାଷୀ ଘର ପୁଅକୁ ବିବାହ କରିଲେ ମିଳିବ 2 ଲକ୍ଷ । ଏପରି ଘୋଷଣା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାର ସ୍ୱାମୀ । ସେ ନିର୍ବାଚନ ଇସ୍ତାହାରରେ ଏହି ଅଫର କୁ ଲାଗୁକରି କହିଛନ୍ତି ଯେ ସେମାନଙ୍କ ଦଳ କ୍ଷମତାକୁ ଆସିଲେ ପ୍ରତେକ କୃଷକ ପୁଅକୁ ବିବାହ କରିବା ମହିଳା ମାନଙ୍କୁ 2 ମିଳିବ ଲକ୍ଷ ଟଙ୍କା ।  

କୋଲାରରେ ଅନୁଷ୍ଠିତ ପଞ୍ଚାରାଥନା ସମାବେଶକୁ ସମ୍ବୋଧିତ କରି ଏପରି କହିଛନ୍ତି ଏଚଡି କୁମାର ସ୍ୱାମୀ । ଚାଷୀ କୂଳ ଚାଷୀ ପରିବାରକୁ ଉତ୍ସାହିତ କରିବା ପାଇଁ ଏହା ସହାୟକ କରିବ ବୋଲି କହିଛନ୍ତି ମନ୍ତ୍ରୀ  । ସେ କହିଛନ୍ତି ଚାଷୀ ଶ୍ରେଣୀର ପୁଅକୁ ବିବାହ କରିବା ପାଇଁ ଝିଅମାନେ ରାଜି ହେଉନାହାନ୍ତି । ସରକାର ଏଥିରେ ପରିବର୍ତ୍ତନ ଆଣିବାକୁ ହେଲେ କୃଷକ ପରିବାରରେ ବାହା ହେଉଥିବା ଝିଅକୁ 2ଲକ୍ଷ ଟଙ୍କା ପୁରସ୍କାର କରିବା ଉଚିତ ।

ଏହା ସାମାଜିକ ଉନ୍ନତି କ୍ଷେତ୍ରରେ ଶ୍ରେଷ୍ଠ ହେବ । ଆସନ୍ତା ମେ ମାସ 10 ତାରିଖରେ କର୍ଣ୍ଣାଟକରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ମତଦାନ ଥିବାରୁ ।  ଜେଡିଏସ  ଏଥିରେ 224 ବିଧାନ ସଭା ସିଟରୁ ଅତିକମରେ 123 ସିଟ ହାସଲ କରିବାର ଲକ୍ଷ ରଖିଛି । ଯାହାର ଫଳାଫଳ 13 ତାରିଖରେ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *