ବିହାର କ୍ୟାବିନେଟରେ ୩୦ ମନ୍ତ୍ରୀ ସାମିଲ

Spread the love


ପାଟନା: ମଙ୍ଗଳବାର ଦିନ ପ୍ରାୟ ୧୧ଟା ୪୫ରେ ବିହାରରେ ନୀତିଶ ଓ ତେଜସ୍ୱୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ତେଜସ୍ୱୀଙ୍କ ଭାଇ ତେଜ ପ୍ରତାପ ଯାଦବଙ୍କ ସମେତ ୩୦ ଜଣ ଶପଥପାଠ କରିଛନ୍ତି। ଏକା ଧରକେ ୫ ଜଣ ଲେଖାଙ୍କୁ ଶପଥ ପାଠ କରିଛନ୍ତି ରାଜ୍ୟପାଳ। ଶପଥପାଠ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ରାଜଭବନରେ ପହଞ୍ଚି ଯାଇଥିଲେ।
ସୂଚନା ଅନୁଯାୟୀ, ପ୍ରାୟ ୩୦ ଜଣଙ୍କୁ ବିହାର କ୍ୟାବିନେଟରେ ସାମିଲ କରାଯାଇଛି। ପ୍ରଥମ ବ୍ୟାଚରେ ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ଯାଦବ, ତେଜପ୍ରତାପ ଯାଦବ, ଆଲୋକ ମେହତା ଓ ଆଫାକ ଆଲମ ଶପଥ ନେଇଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରବଣ କୁମାର, ଅଶୋକ ଚୌଧୁରୀ, ଲେସି ସିଂହ, ସୁରେନ୍ଦ୍ର ଯାଦବ, ରମାନନ୍ଦ ଯାଦବ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସଞ୍ଜୟ ଝା, ମଦନ ସହନୀ, କୁମାର ସର୍ବଜୀତ, ଲଲିତ ଯାଦବ ଓ ସଂନ୍ତୋଷ କୁମାର ଶପଥ ପାଠ କରିଛନ୍ତି।

ଚତୁର୍ଥ ବ୍ୟାଚରେ ଶୀଲା କୁମାରୀ, ସୁନୀଲ କୁମାର, ସମୀର କୁମାର, ଚନ୍ଦ୍ରଶେଖର, ସୁମିତ କୁମାର ସିଂହଙ୍କୁ ଦିଆଯାଇଛି ଶପଥ। ସେହିପରି ୫ମ ପର୍ଯ୍ୟାୟରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ମହମ୍ମଦ ଜମା ଖାନ, ଜୟନ୍ତ ରାଜ, ଜିତେନ୍ଦ୍ର କୁମାର ରାୟ, ଅନୀତା ଦେବୀ, ସୁଧାକର ସିଂହ। ଶେଷରେ ଶପଥପାଠ କରିଥିବା ବିଧାୟକମାନେ ହେଲେ ଇସରାଇଲ ମନସୁରୀ, ସୁରେନ୍ଦ୍ର ରାମ, କାର୍ତ୍ତିକେୟ ସିଂହ, ଶହନବାଜ ଆଲମ, ଶମୀମ ଅହମଦ ଓ ମୁରାରୀ ଗୌତମ।
ଜେଡିୟୁ, ଆରଜେଡି, କଂଗ୍ରେସ, ହାମ ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ବିହାରର ମହାଗଠବନ୍ଧନରେ ୧୬୩ ଜଣ ବିଧାୟକ ରହିଥିବା ବେଳେ ସ୍ୱାଧୀନ ବିଧାୟକ ସୁମିତ ସିଂହଙ୍କ ସର୍ପୋଟ ମିଳିବା ପରେ ଏହା ୧୬୪ ହୋଇଛି। ନିଜ ବହୁ ମତ ସାବ୍ୟସ୍ତ କରିବାରେ ମହାମେଣ୍ଟ ସାମର୍ଥ୍ୟ ଅର୍ଜନ କରିଛି।


ଏହା ପୂର୍ବରୁ ଅଗଷ୍ଟ ୧୦ ତାରିଖରେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଥିଲେ।
ଜେଡିୟୁ, ଆରଜେଡି, କଂଗ୍ରେସ, ହାମରୁ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ବିହାରର ମହାଗଠବନ୍ଧନରେ ୧୬୩ ଜଣ ବିଧାୟକ ରହିଥିବା ବେଳେ ସ୍ୱାଧୀନ ବିଧାୟକ ସୁମିତ ସିଂହଙ୍କ ସର୍ପୋଟ ମିଳିବା ପରେ ଏହା ୧୬୪ ହୋଇଛି। ନିଜ ବହୁ ମତ ସାବ୍ୟସ୍ତ କରିବାରେ ମହାମେଣ୍ଟ ସରକାର ସାମର୍ଥ ଅର୍ଜନ କରିଛି।
ଏହା ପୂର୍ବରୁ ଅଗଷ୍ଟ ୧୦ ତାରିଖରେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *