ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୩୨ହଜାର ଟଙ୍କା

Spread the love

ଭୋପାଳ: ମଧ୍ୟପ୍ରଦେଶରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କୁଆପଥର ମାଡରେ ଗହମ, ଚଣା, ସୋରିଷ ଫସଲ ଉଜୁଡି ଯାଇଛି। ଏହି ଅଦିନିଆ ବର୍ଷାରେ ୨୦ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ଚାଷୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ଶିବରାଜ କହିଛନ୍ତି କି, ଯେଉଁସବୁ ଜିଲ୍ଲାରେ କୁଆପଥର ମାଡ ହୋଇ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି, ସମସ୍ତ ଜିଲ୍ଲାର ଚାଷୀଙ୍କ ସହ ଅଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ଚାଷୀଙ୍କର ୫୦ ପ୍ରତିଶତରୁ ଅଧିକ କ୍ଷତି ହୋଇଛି ସେମାନଙ୍କ ଚାଷ ପାଇଁ ହେକ୍ଟର ପିଛା ୩୨ ହଜାର ଟଙ୍କା ଲେଖା କ୍ଷତିପୂରଣ ଦେବାକୁ ହୋଇଛି ଘୋଷଣା। ତେବେ ଏହା ଫସଲ ବୀମା ରାଶିଠାରୁ ଅଲଗା ହେବ।

ସେହିପରି କ୍ଷୟକ୍ଷତିର ଆକଳନ କରି ବୀମା ଯୋଜନାରେ ପଦକ୍ଷେପ ତୁରନ୍ତ ନେବାକୁ ନିର୍ଦ୍ଦେଶ ଦେବା ସହ ବୀମା ରାଶି ଅଲଗା ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟ ରାଶି ଦ୍ବାରା ଚାଷୀଙ୍କ ସମ୍ପୂର୍ଣ୍ଣ କ୍ଷତିର ଭରଣା ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶିବରାଜ।

ଫସଲ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ଅଦିନିଆ ବର୍ଷା ବହୁ କ୍ଷୟକ୍ଷତି ଘଟାଇଛି। ପଶୁ ସମ୍ପଦ ହାନୀ କ୍ଷେତ୍ରରେ ପୂର୍ବରୁ ୩୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏବେ ୩୭ହଜାର ଟଙ୍କା ଦିଆଯିବ। ଯଦି ଛେଳି ମେଣ୍ଡାଙ୍କ ମୃତ୍ୟୁ ହୋଇଛି ତେବେ ୪ ହଜାର ଟଙ୍କା ଦିଆଯିବ। ବାଛୁରୀଙ୍କ ପାଇଁ ୨୦ହଜାର ଟଙ୍କା ଓ କୁକୁଡାଙ୍କ ପିଛା ୧୦୦ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ।

ଏଥିସହ ସିଏମ କହିଛନ୍ତି କି, ଯେଉଁ ଚାଷୀଙ୍କ ଫସଲରେ ବ୍ୟାପକ କ୍ଷତି ଘଟିଛି ସେମାନଙ୍କ କରଜ ସଂଗ୍ରହକୁ ସ୍ଥଗିତ ରଖାଯିବ। ଆଗାମୀ ଫସଲ ପାଇଁ ସେମାନଙ୍କୁ ୦%ସୁଧରେ କରଜ ଦିଆଯିବ।

Leave a Reply

Your email address will not be published. Required fields are marked *