ଇରାନର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

Spread the love

ତେହରାନ: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସମି ରଫସଞ୍ଜାନିଙ୍କ ଝିଅ ତଥା ସମାଜସେବୀ  ଫୈଜା ହାସମିଙ୍କୁ ୫ ବର୍ଷ ଜେଲ ହୋଇଥିବା ମଙ୍ଗଳବାର ଦିନ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ କଣ ପାଇଁ ଜେଲ ଦଣ୍ଡ ହୋଇଛି  ତାହା ତାଙ୍କ ଓକିଲ କହିନଥିବା ବେଳେ ତେହରାନ ପବ୍ଲିକ ପ୍ରସିକ୍ୟୁଟର ଦର୍ଶାଇଛନ୍ତି କି, ଗତ ବର୍ଷ ସରକାର ବିରୋଧରେ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ଫୈଜାଙ୍କୁ ଏହି ଦଣ୍ଡାଦେଶ ହୋଇଛି।

ତେବେ ସ୍ଥାନୀୟ ଗଣମାଧ୍ୟମ ଦ୍ବାରା ଗତ ସେପ୍ଟେମ୍ବର ମାସରେ କୁହାଯାଇଥିଲା କି, ପୁଲିସ ହାଜତରେ କୁର୍ଦ୍ଦିଶ ଯୁବତୀଙ୍କ ମୃତ୍ୟୁକୁ ନେଇ ହୋଇଥିବା ବିରୋଧ କାଳରେ ଫୈଜା ହିଂସା ଭଡକେଇବା କାମ କରିଥିଲେ।  ତେଣୁ ତାଙ୍କୁ ଗିରଫ କରାଯାଇଥିଲା।  ସେତେବେଳେ ଏହି ବିରୋଧ ସରକାର ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଗିରଫଦାରି ପରେ ତାଙ୍କୁ ୫ ବର୍ଷ ଦଣ୍ଡାଦେଶ ହୋଇଥିବା ବେଳେ ତାଙ୍କ ବିରୋଧରେ ଚୂଡାନ୍ତ ଦଣ୍ଡବିଧାନ ହୋଇନଥିବା ଡିଫେନ୍ସ ଓକିଲ ନେଡା ସାମ୍ସ ଟ୍ବିଟ କରିଛନ୍ତି।

୨୦୦୯ରେ ଇରାନ ରାଷ୍ଟ୍ରପତି ନିର୍ବାଚନ କାଳରେ ସୃଷ୍ଟି ହୋଇଥିବା ବିବାଦରେ ଫୈଜାଙ୍କ ମିଥ୍ୟା ପ୍ରଚାରକୁ ଦାୟୀ କରାଯାଇ ୨୦୧୨ରେ ତାଙ୍କୁ ଗିରଫ କରାଯିବା ସହ ଜେଲ ଦଣ୍ଡ ହୋଇଥିଲା ଓ ତାଙ୍କ ରାଜନୈତିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ସୂଚନାଯୋଗ୍ୟ, ୨୦୧୭ରେ ଫୈଜାଙ୍କ ପିତା ଆକବର ହାସମିଙ୍କ ମୃତ୍ୟୁ ହୋଇଥିଲା। ସେ ଇସଲାମିକ ରିପବ୍ଲିକର ଅନ୍ୟତମ ପ୍ରତିଷ୍ଠାତା ଥିଲେ ଆକବର। ତାଙ୍କ ଦ୍ବାରା ଦେଶରେ ଆସିଥିବା ଅର୍ଥନୈତିକ ଉଦାରୀକରଣ ନୀତି ଓ ପାଶ୍ଚାତ୍ୟ ଦେଶ ସହ ସୁସମ୍ପର୍କକୁ ନେଇ ତାଙ୍କୁ ଯେତିକି ସମର୍ଥନ ମିଳିଥିଲା, ସେତିକି ସମାଲୋଚନାର ଶିକାର ହେବାକୁ ହୋଇଥିଲା।  

Leave a Reply

Your email address will not be published. Required fields are marked *