କୋଲକାତାରେ ନୂଆ ସମୀକରଣ

Spread the love

କୋଲକାତା: ବିଜେପି ବିରୋଧରେ ବିରୋଧୀଙ୍କ ମେଳି ପାଇଁ ଆହ୍ବାନ ଭିତରେ ଆଜି କୋଲକାତାରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ବିଜେପିର କଠୋର ବିରୋଧୀ ଥିବା ତିନି ଦଳ ଶୁକ୍ରବାର କୋଲକାତାରେ ମିଳିତ ନିଷ୍ପତ୍ତି ନେଇଛନ୍ତି। ହେଲେ ଏଥିରେ କଂଗ୍ରେସ ନାହିଁ। ଅର୍ଥାତ୍ ତିନି ଦଳ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ରକ୍ଷା କରିବାକୁ ଯାଉଥିବା କୁହାଯାଉଛି।

ଶୁକ୍ରବାର କୋଲକାତାରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ସହ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସାକ୍ଷାତ ପରେ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିବାକୁ ନିଆଯାଇଛି ନିଷ୍ପତ୍ତି। ତେବେ ଏହାକୁ ତୃତୀୟ ମୋର୍ଚ୍ଚ କୁହାଯିବ ନାହିଁ ବୋଲି ଟିଏମସି ନେତା ସନ୍ଦିପ ବନ୍ଦୋପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି।

ବନ୍ଦୋପାଧ୍ୟାୟ ଆହୁରି କହିଛନ୍ତି କି, ଆସନ୍ତା ୨୩ରେ ଏନେଇ ମମତା ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଏଥିସହ ଆଗାମୀ ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଅନ୍ୟ ବିରୋଧୀଙ୍କ ସହ ଆଲୋଚନା ମଧ୍ୟ ହେବ। ତେବେ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ରକ୍ଷାକରାଯିବ। ସେ ଆହୁରି କହିଛନ୍ତି କି, କଂଗ୍ରେସକୁ ସମ୍ପ୍ରତି ବିଜେପି ଟାର୍ଗେଟ କରି ରାହୁଲଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରୁଛି, ଯାହା ବିଜେପିକୁ ଫାଇଦା ଦେବ। ହେଲେ ବିରୋଧୀଙ୍କ ବିଗବସ କଂଗ୍ରେସ ଏହା ଭାବିବା ବିଜେପିର ଭ୍ରମ।

ସପା ପ୍ରମୁଖ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି କି, ବଙ୍ଗଳାରେ ଆମେ ମମତା ଦିଦିଙ୍କ ସହ ରହିଛୁ। ବର୍ତ୍ତମାନ ଆମର ଆଭିମୁଖ୍ୟ ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ରକ୍ଷାକରିବୁ। ହେଲେ ତୃତୀୟ ଦଳ ବିଜେଡି ନାଁ ଅନ୍ୟ କେଉଁ ଦଳ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।   

Leave a Reply

Your email address will not be published. Required fields are marked *