କୁମାରବସ୍ତରର ସଫଳ ଯୁବଚାଷୀ

Spread the love

ଖୋର୍ଦ୍ଧା: ଚାକିରି ପଛରେ ନଗୋଡାଇ ପଡିଆ ଜିମିରେ ବିଭିନ୍ନ ପନିପରିବା ଫସଲ କରି ଆତ୍ମନିର୍ଭରଶୀଳ ହେଲେ ଖୋର୍ଦ୍ଧା କୁମାରବସ୍ତର ଯୁବକ । ମୁଗ ଓ ପନିପରିବା କରି ରୋଜଗାର କଲେ ଲକ୍ଷାଧିକ ଟଙ୍କା । ଆଗକୁ କୃଷି ଓ ଉଦ୍ୟାନ ବିଭାଗର ସହାୟତା ମିଳିଲେ ଅନେକ କିଛି କରିବାକୁ ରଖିଛନ୍ତି ଲକ୍ଷ୍ୟ । ଭଲ ଅମଳ କରିବାକୁ ଉଦ୍ୟାନ ବିଭାଗର ସହାୟତା ଲୋଡିଛନ୍ତି ଚାଷୀ।

ଧାନ ଫସଲ ପରେ ପଡିଆ ପଡିଥିବା ଏକର ଏକର ଜମି ଏବେ ସବୁଜିମାରେ ପୂର୍ଣ୍ଣ । ଖୋର୍ଦ୍ଧା ସଦର ବ୍ଲକ କୁମାରବସ୍ତ ଗ୍ରାମ ଗହିରର ଏ କାହାଣୀ । ପଡିଆ ପଡିଥିବା ଜମି ଏବେ ବିଭିନ୍ନ ପନିପରିବା ଫସଲରେ ହସି ଉଠୁଛି । ଏମିତି କିଛି କରିଦେଖାଇଛନ୍ତି ଗ୍ରାମର ଯୁବକମାନେ । ଗ୍ରାମର କିଛି ଯୁବକ ଓ ବରିଷ୍ଠ ଚାଷୀମାନେ ଏକତ୍ରିତ ହୋଇ ବିଭିନ୍ନ ରବି ଫସଲ କରିଛନ୍ତି ।  ନିଜ ଜମି ସହିତ ଗ୍ରାମର କିଛି ଲୋକଙ୍କ ଜମିରେ କରିଛନ୍ତି ଫସଲ । ମୁଗ, କାକୁଡି, ତରଭୁଜ, ଜହ୍ନି, ଭେଣ୍ଡି, କଖାରୁ , ସାଗ ଭଳି ଅନେକ କିଛି । ପାଠ ପଢ଼ିବା ପରେ ଚାକିରି ପଛରେ ନଗୋଡେଇ ଏମାନେ ଏଭଳିକରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଛନ୍ତି । ଆଗକୁ କୃଷି ଓ ଉଦ୍ୟାନ ବିଭାଗର ସହଯୋଗ ମିଳିଲେ ଆହୁରି ଅନେକ କିଛି କରିବାକୁ ଲକ୍ଷ ରଖିଛନ୍ତି ଏହି ଯୁବ ଚାଷୀ ।

ପ୍ରାୟ ଆଠ ଏକର ଜମିରେ ମୁଗ କରିବା ସହିତ ଆଠ ଏକର ଜମିରେ ବିଭିନ୍ନ ପନି ପରିବା କରିଛନ୍ତି ଏହି ଚାଷୀମାନେ ।  ନିଜର ଉଦ୍ୟମ ଓ ବିନା କୌଣସି ପରାମର୍ଶରେ ଏମାନେ ଚଳିତ ବର୍ଷ ଏହି ଚାଷରୁ ବେଶ ଲାଭବାନ ମଧ୍ୟ ହୋଇପାରିଛନ୍ତି ।

କିନ୍ତୁ ପାଣିର ଅଭାବ ଓ ସଠିକ ପରାମର୍ଶ ନମିଳିବାରୁ କିଛିଟା ସମସ୍ୟା ହେଉଥିବାର କହିଛନ୍ତି । ଜିଲ୍ଲା କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଏମାନଙ୍କୁ ଚାଷ ଜନିତ ପରାମର୍ଶ ଓ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଆହୁରୀ ସଫଳତା ପାଇପାରିବେ ବୋଲି କହିଛନ୍ତି । ସେହିପରି କେଉଁ ସମୟରେ କେତେ ରାସାୟନିକ ସାର ପ୍ରୟୋଗ କଲେ ଫସଲ ଅମଳ ଭଲ ହେବ ସେନେଇ ସେମାନେ ଜାଣି ନଥିବାର କହିଛନ୍ତି । ଆଗକୁ ସରକାରଙ୍କ ବିଭାଗ ପକ୍ଷରୁ ସହାୟତା ଓ ପାଣିର ବ୍ୟବସ୍ଥା ହେଲେ ଆହୁରୀ ପଡିଆ ବିଲରେ ସୁନା ଫଳାଇବେ ବୋଲି କହିଛନ୍ତି ଏହି ଚାଷୀ ।

ପ୍ରକାଶ ହାତୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *