ଭୁବନେଶ୍ୱର ମହାନଗର ନିଗମ ଅଫିସରେ ଘୋଷାଡି ଘୋଷାଡି ମାଡ ଅଭିଯୋଗ । ଏହାର ଲାଇଭ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟରଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଖବର ଅନୁଯାୟୀ, ସୋମବାର ଦିନ ବିଏମ୍ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା ।ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନିକଟକୁ କର୍ପୋରେଟରଙ୍କ ଲୋକେ ଅଭିଯୋଗ ଶୁଣାଣି କରୁଥିଲେ । ଏହି ସମୟରେ ହଠାତ୍ କର୍ପୋରେଟରଙ୍କ କିଛି ସହଯୋଗୀ ଅତିରିକ୍ତ କମିଶନରଙ୍କ ଚାମ୍ବର ମଧ୍ୟକୁ ପଶି ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏପିରିକି ତାଙ୍କୁ ଜୋରଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ ମଧ୍ୟ କରୁଥିବା ଅଭିଯୋଗ ହୋଇଛି ।
ସେପଟେ ଏହି ଘଟଣାକୁ ସାଂସଦ ଅପରାଜିତା ଷଡଙ୍ଗୀ ସୋସିଆଲ ମିଡିଆରେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ସେ କହିଛନ୍ତି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଏଭଳି ଆକ୍ରମଣକୁ ନିନ୍ଦା କରୁଛି । ଏପରି ପରି କାର୍ଯ୍ୟ ଓ ବିଚାରଧାରା ସହ ବିଜେପି ସଂଶ୍ଳିଷ୍ଟ ନୁହେଁ ।ଦୁର୍ବୃତ୍ତଙ୍କ ବିରୋଧରେ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now