ଆମ ରାଜ୍ୟର ଷଣ୍ଢ ଆନ୍ଧ୍ର, କଲିକତା ନହେଲେ ରାୟପୁର ପଳାଉଛନ୍ତି। ତାଙ୍କୁ ବଞ୍ଚାଇବାକୁ ପଦକ୍ଷେପ ନିଅନ୍ତୁ ସରକାର। ସେମାନଙ୍କୁ ନେଇ ମାରି ଦିଆଯାଉଛି। ଆମ ପାଇଁ ଏହା ବିପଦର କଥା। ଆମେ ଷଣ୍ଢକୁ ପୂଜା କରୁ। ଗାଇ ଗୋରୁ ଷଣ୍ଢର ସୁରକ୍ଷା ଆମ ଦାୟିତ୍ୱ। ଏଭଳି କିଛି ପ୍ରସଙ୍ଗ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଉଠାଇଥିଲେ । ଯାହାର ଉତ୍ତରରେ ସରକାର କହିଛନ୍ତି ବୁଲା ଅସହାୟ ପ୍ରାଣୀଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନିଆଯାଉଛି । ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ପଶୁ ସମ୍ପଦଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲ୍ପଲାଇନ ନମ୍ୱର ଜାରି ହୋଇଛି । ଗୋପାଳନ ଓ ଗୋ ବଂଶର ସୁରକ୍ଷା ଦିଗରେ କାମଧେନୁ ଯୋଜନା କାମ କରୁଛି । ସେଥିରେ ୮ଟି ଦିଗକୁ ଗୁରୁତ୍ୱ ଦିଆଯାଉଛି । ସେପଟେ ବୁଲା କୁକୁର ସମସ୍ୟା ପାଇଁ ମଧ୍ୟ ସରକାର ଯତ୍ନବାନ ଅଛନ୍ତି । ସେଥିପାଇଁ କୁକୁର ବନ୍ଧ୍ୟାକରଣ ପାଇଁ ପଦକ୍ଷେପ ନିଆଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now