ବିଧାନସଭାରେ ଗୋ ହତ୍ୟା

କିଏ କରୁଛି ଗୋମାଂସ ଚାଲାଣ ବ୍ୟବସାୟ । ଦେଶରେ କେଉଁ ରାଜ୍ୟରେ ବେଶୀ ଚାଲିଛି ଏ କାରବାର । ବିଦେଶକୁ ଗୋମାଂସ ପଠାଇବାରେ ଉତ୍ତର ପ୍ରଦେଶ ପ୍ରଥମ, ମଧ୍ୟ ପ୍ରଦେଶ ଦ୍ଵିତୀୟ । ସେଠି ମାଆକୁ କାଟିବା factory ହୋଇଛି । ସେଥିରେ କେଉଁ ଦଳ ଲୋକ ସମ୍ପୃକ୍ତ, ଜାଣିବା ଦରକାର । ଆନ୍ଧ୍ରକୁ କେଉଁମାନେ ଷଣ୍ଢ ଚାଲାଣ କରୁଛନ୍ତି, ତାହା ସ୍ପଷ୍ଟ ହେବା ଦରକାର । ଗୋହତ୍ୟା ନିରୋଧ ଆଇନକୁ ବିରୋଧ କରୁନୁ ।ହେଲେ ଆଗ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ । ଏଭଳି କିଛି ଶାସକ ଦଳ ଉଦ୍ଦେଶ୍ୟରେ କହିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେପଟେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଗୋହତ୍ୟା ଓ ଗୋଚାଲାଣ ରୋକା ଯାଇ ଗୋ ବଂଶ ବୃଦ୍ଧି ହେବ । ଯେଉଁ ମାନେ ଗୋ ଚାଲାଣ କରୁଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *